ଘରର ମୁଖ୍ୟ ଦ୍ୱାର ସହ ରହିଛି ଆପଣଙ୍କ ଭାଗ୍ୟ ଓ ଭବିଷ୍ୟତର ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ଘରର ମୁଖ୍ୟ ଦ୍ୱାର ସହ ରହିଛି ଆପଣଙ୍କ ଭାଗ୍ୟ ଓ ଭବିଷ୍ୟତର ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ସହିତ ପରିବାରର ସୁଖ ଓ ଶାନ୍ତି ନିର୍ଭର କରିଥାଏ। ମୁଖ୍ୟ ଦ୍ୱାର ସହ ବ୍ୟକ୍ତିଙ୍କ ଭାଗ୍ୟର ମଧ୍ୟ ସମ୍ପର୍କ ରହିଛି ବୋଲି କୁହାଯାଏ।  ସେଥିପାଇଁ ଘରେ ମୁଖ୍ୟ ଦ୍ୱାରର ଦଶା ଓ ସ୍ଥାନ ଠିକ୍‌ ରଖିବା ପାଇଁ ବାସ୍ତୁବିତ୍‌ ପରାମର୍ଶ ଦେଇଥା’ନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ଆପଣଙ୍କ ଭାଗ୍ୟ ଆପଣଙ୍କ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଲେଖା ହୋଇଥାଏ। ଏଥିପାଇଁ ମୁଖ୍ୟ ଦ୍ୱାର ତିଆରି କରିବା ବେଳେ କିଛି ନିର୍ଦ୍ଦିଷ୍ଟ କଥା ଉପରେ ଧ୍ୟାନ ଦେବା ଜରୁରୀ।  ଆସନ୍ତୁ ଜାଣିବା ଘରର ମୁଖ୍ୟ ଦ୍ୱାରରେ କ’ଣ ସବୁ ରଖିଲେ, ଏହା ଆପଣଙ୍କ ଭାଗ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।

୧.ସ୍ୱସ୍ତିକଏହି ଚିହ୍ନ ଚାରି ଭୁଜରେ ତିଆରି ଏକ ଆକୃତି। କୁହାଯାଏ, ଏହି ଚିହ୍ନ ଘରର ମୁଖ୍ୟ ଦ୍ୱାରରେ ରହିଲେ, ପରିବାର ଓ ବ୍ୟକ୍ତିଙ୍କ ଭାଗ୍ୟ ରେଖା ବୃଦ୍ଧି ପାଇଥାଏ। ଏହା ସହ ସ୍ୱସ୍ତିକ ଚିହ୍ନ ନକାରାତ୍ମକ ଶକ୍ତିକୁ ଘରେ ପ୍ରବେଶ କରିବାକୁ ଦେଇ ନ ଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ୱାରରେ ଲାଲ୍‌ କିମ୍ୱା ନୀଳ ରଙ୍ଗର ସ୍ୱସ୍ତିକ ଚିହ୍ନ ଲଗାଇଲେ, ଏହା ବିଶେଷ ପ୍ରଭାବଶାଳୀ ହୋଇଥାଏ। ମୁଖ୍ୟ ଦ୍ୱାରର ଦୁଇ ପାଖରେ ଲାଲ୍‌ ରଙ୍ଗର ସ୍ୱସ୍ତିକ ଚିହ୍ନ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିଥାଏ।

୨. ଘୋଡ଼ା ନାଲଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଘୋଡ଼ା ନାଲର ସମ୍ୱନ୍ଧ ଶନି ଗ୍ରହଙ୍କ ସହ ରହିଛି। ଶନି ଦଶା ଦୂର କରିବା ପାଇଁ ଏହାର ବ୍ୟବହାର କରାଯାଏ। ଏଣୁ ଘୋଡ଼ା ପାଦରେ ପୂର୍ବରୁ ବନ୍ଧା ହୋଇ ରହିଥିବା ନାଲର ବ୍ୟବହାର କରନ୍ତୁ। ଘରର ମୁଖ୍ୟ ଦ୍ୱାରରେ ଘୋଡ଼ା ନାଲ ଲଗାଇବା ଦ୍ୱାରା କଳହ ଦୂର ହୋଇଥାଏ। ଏହା ସହି ଗୃହ ମୁଖିଆଙ୍କର ଭାଗ୍ୟ ରେଖା ମଧ୍ୟ ବୃଦ୍ଧି ପାଇଥାଏ।

୩. ଶ୍ରୀଗଣେଶଙ୍କ ଚିତ୍ର

କିଛି ଲୋକ ଘରର ମୁଖ୍ୟ ଦ୍ୱାରରେ ଶ୍ରୀଗଣେଶଙ୍କ ଫଟୋ ଲଗାଇଥା’ନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ, ଗଣେଶଙ୍କ ଚିତ୍ର ଲଗାଇଲେ ଘରେ ରିଦ୍ଧି-ସିଦ୍ଧି ବାସ କରିଥା’ନ୍ତି। ଏହା ବ୍ୟତୀତ ଘରେ ଖୁସିର ପରିବେଶ ସୃଷ୍ଟି ହୋଇଥାଏ। ବାସ୍ତୁବିତ୍‌ଙ୍କ ମତରେ ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ଚିତ୍ର ଲଗାଇଲେ, ଘରର ସଦସ୍ୟଙ୍କର ଭାଗ୍ୟ ପରିବର୍ତ୍ତନ ହୋଇ ସଫଳତା ମିଳିଥାଏ।



from Odisha Reporter http://bit.ly/2RWyHK8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages