
କଟକ(ଓଡ଼ିଶା ରିପୋର୍ଟର): କଟକ ଜଗତପୁରର ୧୬ ନମ୍ବର ଜାତୀୟ ରାଜପଥରେ ନିକଟରେ ଏକ ବସ୍ ଟ୍ରକକୁ ପଛ ପଟୁ ଧକ୍କା ଦେଇଛି। ଏଥିରେ ୧୫ ଜଣ ଆହତ ହୋଇଛନ୍ତି। ଆଠ ଜଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର ଥିବା ଜଣାପଡ଼ିଛି।
ଗଣେଶ ନାମକ ଏହି ଯାତ୍ରୀବାହୀ ବସ୍ଟି ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିଲା। ଏହି ସମୟରେ ଖଇରା ନାଳପୋଲ ତଳକୁ ଗଡୁଥିବା ଏକ ଟ୍ରକ୍କୁ ବସ୍ଟି ପଛପଟୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।
ବସ୍ଟି ଦ୍ରୁତ ଗତିରେ ଆସୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
from Odisha Reporter http://bit.ly/2RkpsPz
No comments:
Post a Comment