‘ଚହଲ ଟିଭି’ରେ ଟିମ୍‌ ଇଣ୍ଡିଆର ‘ଲାଲାଜୀ’ ବଖାଣିଲେ ସଫଳତାର ରହସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

‘ଚହଲ ଟିଭି’ରେ ଟିମ୍‌ ଇଣ୍ଡିଆର ‘ଲାଲାଜୀ’ ବଖାଣିଲେ ସଫଳତାର ରହସ୍ୟ

cricket

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ କୁହନ୍ତୁ, ‘ଚହଲ ଟିଭି’ ବିଷୟରେ ଆପଣ ଜାଣିଛନ୍ତି ନା ନାହିଁ? ‘ଚହଲ ଟିଭି’ ହେଉଛି ଟିମ୍‌ ଇଣ୍ଡିଆର ବୋଲର ୟୁଜବେନ୍ଦ୍ର ଚହଲଙ୍କର। ‘ଚହଲ ଟିଭି’ରେ ଯେଉଁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ ହୁଏ, ତାର ଉପସ୍ଥାପନା ନିଜେ ଚହଲ କରନ୍ତି। ତାଙ୍କର ଏ କାର୍ଯ୍ୟକ୍ରମକୁ ବିରାଟ କୋହଲି ଓ ରୋହିତ ଶର୍ମା ପ୍ରମୁଖ ଆସି ସାରିଥିବା ବେଳେ ଗତକାଲି ଆସିଥିଲେ ଟିମ୍ ଇଣ୍ଡିଆର ‘ଲାଲାଜୀ’। ଗତକାଲି ଚହଲଙ୍କ ଏହି କାର୍ଯ୍ୟକ୍ରମର ସପ୍ତମ ଅଧ୍ୟାୟ ପ୍ରସାରିତ ହୋଇଥିଲା। ଏହାକୁ ଆପଣ ବିସିସିଆଇର ୱେବ୍‌ସାଇଟ୍‌କୁ ଯାଇ ଦେଖିପାରିବେ। (ଭିଡିଓ ଦେଖିବା ପାଇଁ ଏହି http://bit.ly/2sTHX3s ଲିଙ୍କରେ କ୍ଲିକ୍‌ କରନ୍ତୁ।)

ତେବେ ଏ ‘ଲାଲାଜୀ’ କିଏ ଜାଣିଛନ୍ତି? ଦ୍ରୁତ ବୋଲର ମହମ୍ମଦ ଶାମି ହେଉଛନ୍ତି ‘ଲାଲାଜୀ’। ତାଙ୍କୁ ଡ୍ରେସିଂ ରୁମ୍‌ରେ ଏହି ନାଁରେ ସମ୍ବୋଧିତ କରାଯାଏ। ଗତକାଲି ଚହଲ ତାଙ୍କର ସାକ୍ଷାତକାର ନେଉଥିବା ବେଳେ ତାଙ୍କୁ ‘ଲାଲାଜୀ’ କହି ସମ୍ବୋଧିତ କରିଥିଲେ। ଏହି ସାକ୍ଷାତକାରରେ ‘ଲାଲାଜୀ’ ତାଙ୍କ ସଫଳତାର ରହସ୍ୟ ବିଷୟରେ କହିଥିଲେ।

ଗତକାଲି ତୃତୀୟ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସିରିଜ୍ ଜିତିବା ପରେ ଚହଲଙ୍କ ଏହି ଏପିସୋଡ୍‌ର ସୁଟିଂ ହୋଇଥିଲା। ପଡ଼ିଆରେ ହିଁ ଏହାର ସୁଟିଂ ହୋଇଥିଲା। ଗତକାଲି ଶାମି ୯ ଓଭରରେ ୪୧ ରନ୍ ଦେଇ ତିନିଟି ୱିକେଟ୍ ନେଇଥିଲେ ଓ ମ୍ୟାନ୍ ଅଫ୍‌ ଦ ମ୍ୟାଚ୍ ହୋଇଥିଲେ।

ଗତକାଲି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ୨୪୩ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଭାରତ ୪୩ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

 



from Odisha Reporter http://bit.ly/2MK6hhv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages