ଜାଣନ୍ତୁ କିଛି ଡାକ ଘର ଏଟିଏମ୍ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଜାଣନ୍ତୁ କିଛି ଡାକ ଘର ଏଟିଏମ୍ ନିୟମ

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): ବ୍ୟାଙ୍କ ଭଳି ଭାରତୀୟ ଡାକ ସେବାରେ ମଧ୍ୟ ବିଭିନ୍ନ ପ୍ରକାର ସଞ୍ଚୟ ସ୍କିମ୍‌ମାନ ରହିଛି। ସେଭିଙ୍ଗ୍ସ ଆକାଉଣ୍ଟ, ଫିକ୍ସଡ ଡିପୋଜିଟ୍ ଆକାଉଣ୍ଟ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(ଏସ୍‌ସିଏସ୍‌ଏସ୍), ରିକରିଂ ଡିପୋଜିଟ୍ ଆକାଉଣ୍ଟ୍ ଆଦି ସହଜ ସଞ୍ଚୟ ଯୋଜନା ଥିବା ବେଳେ ଏବେ ଧୀରେ ଧୀରେ ଏହାର ଏଟିଏମ୍ ମଧ୍ୟ ଖୋଲିଲାଣି। ଭାରତୀୟ ଡାକ ୱେବସାଇଟ୍ indiapost.gov.inର ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଡାକଘର ରହିଛି।

ସୂଚନା ଅନୁସାରେ ସର୍ବନିମ୍ନ ୨୦ ଟଙ୍କା ଜମା କରି ଲୋକମାନେ ଚାହିଁଲେ ଡାକଘରେ ନିଜ ନାମରେ ଆକାଉଣ୍ଟ୍ ଖୋଲିପାରିବେ। ସେହିପରି ସେଭିଙ୍ଗସ୍ ଆକାଉଣ୍ଟ୍ ରେ ବାର୍ଷିକ ୧୦୦ ଟଙ୍କା ସଞ୍ଚୟରେ ୪ ଟଙ୍କା ହାରରେ ସୁଧ ପ୍ରଦାନ କରାଯାଉଛି।

ଜାଣନ୍ତୁ ଡାକ ଏଟି କେତୋଟି ନିୟମ

୧-ଡାକ ଏଟିଏମ୍‌ରେ ଦିନକୁ ଜଣେ ଆକାଉଣ୍ଟଧାରୀ ସର୍ବାଧିକ ନିଜ କାର୍ଡ ମାଧ୍ୟମରେ ୨୫୦୦୦ ଟଙ୍କା ଉଠାଇ ପାରିବେ।

୨- ଡେବିଟ୍ କାର୍ଡ ମାଧ୍ୟମରେ ଜଣେ ବ୍ୟକ୍ତି ଦୈନିକ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ।

୩- ମାସକୁ ମାତ୍ର ୫ ଥର ମାଗଣାରେ ଏଟିଏମ୍ ବ୍ୟବହାର କରି ହେବ। ଏହାଠାରୁ ଅଧିକ କାରବାର କଲେ ଦେୟ ଲାଗୁ ହେବ।

୪- ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ମାସିକ ମାତ୍ର ୩ ଥର ମାଗଣାରେ କାରବାର କରିହେବ। ଅଣମେଟ୍ରୋ ସହରରେ ୫ ଥର ମାଗଣାରେ କାରବାର କରିହେବ।

୫- ଏହା ବାଦ୍ ଅଧିକ କାରବାର କଲେ ୨୦ ଟଙ୍କା ଦେୟ ସହିତ ଜିଏସ୍‌ଟି ବହନ କରିବାକୁ ପଡ଼ିବ।



from Odisha Reporter http://bit.ly/2TjAxBY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages