
ଲଣ୍ଡନ: ସାଧାରଣତନ୍ତ୍ର ଦିବସରେ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ସମ୍ମୁଖରେ ଦେଶର ଜାତୀୟ ପତାକା’ ତ୍ରିରଙ୍ଗା’ରେ ନିଆଁ ଲଗାଇ ଦିଆଯାଇଛି। ଖଲିସ୍ତାନୀ ଆତଙ୍କବାଦୀଙ୍କ ସମର୍ଥନ କରୁଥିବା କିଛି ବ୍ୟକ୍ତି ଏଭଳି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି।
ଏ ଘଟଣାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ବ୍ରିଟେନ ସରକାରଙ୍କ ନିକଟରେ ନିଜର ପ୍ରତିବାଦ ଜଣାଇଛି। ଏହି ଘଟଣାକୁ ବ୍ରିଟେନ୍ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ତୀବ୍ର ନିନ୍ଦା କରିଛି।
ସୂଚନା ଅନୁସାରେ ସାଧାରଣତନ୍ତ୍ର ଦିବସ ଦିନ କିଛି ଲୋକ ବିକ୍ଷୋଭ କରିବା ସହ ଭାରତକୁ ଜାତୀୟ ପତାକାରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେମାନେ କିଛି ପତାକାକୁ ତଳେ ପକାଇ ଗୋଇଠା ମାରିଥିଲେ।
ଏଥିସହ ସେମାନେ ଭାରତ ବିରୋଧରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଫଟୋଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍କଟଲ୍ୟାଣ୍ଡ ୟାର୍ଡ ମୁଖପାତ୍ର ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି।
from Odisha Reporter http://bit.ly/2B6JXde
No comments:
Post a Comment