
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଆଜି ନିଆଁ ଲାଗି ଯାଇଥିଲା। ରାଉରକେଲା ଷ୍ଟେସନ୍ ପୂର୍ବରୁ ତିଲ୍କା ନଗରର ନିକଟରେ ଟ୍ରେନ୍ରେ ନିଆଁ ଲାଗିଯାଇଥିଲା। ତେବେ ଏଥିଯୋଗୁ କିଛି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍ଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା।
ରାଉରକେଲ୍ ଷ୍ଟେସନ୍ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା। ଟ୍ରେନ୍ର ବି-୭ ବଗିରେ ନିଆଁ ଲାଗିଥିଲା। ବଗିର ଟଏଲେଟ୍ ପାଖରେ ଥିବା ସୁଇଚ୍ ବୋର୍ଡରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଲିଭାଇ ଦିଆଯାଇଥିଲା। ତେବେ ପରେ ପୁଣି ଧୂଆଁ ବାହାରିବାକୁ ଯାତ୍ରୀମାନେ ଚେନ୍ ଟାଣି ଟ୍ରେନ୍କୁ ଅଟକାଇ ଦେଇଥିଲେ। ଏହା ପରେ ଏହାକୁ ନିୟନ୍ତ୍ରଣ କରାଯାଇଥିଲା। ଧୂଆଁ ବାହାର କରି ପାଇଁ ଟ୍ରେନ୍ର କାଚ ଝରକା ବି ଭାଙ୍ଗି ଦିଆଯାଇଥିଲା।
ଟ୍ରେନ୍ ରାଉରକେଲା ଷ୍ଟେସନ୍ରେ ପହଞ୍ଚି ସାରିଛି। ଏଠାରେ ଟ୍ରେନ୍ରୁ ଉକ୍ତ ବଗିକୁ ଅଲଗା କରି ଦିଆଯିବ। ତା’ପରେ ଟ୍ରେନ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ରାତି ୮ଟାରେ ଏହା ଭୁବନେଶ୍ୱରରେ ପହଞ୍ଚିବାର ଥିଲା। ତେବେ ଏ ଘଟଣା ଯୋଗୁ ଟ୍ରେନ୍ ସେଠାରେ ବିଳମ୍ବରେ ପହଞ୍ଚିବ।
ନିଆଁ ଲାଗିବାର କାରଣ ସଂପର୍କରେ ମଧ୍ୟ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି। କିନ୍ତୁ ଯାତ୍ରୀମାନେ ଏହାକୁ ଗ୍ରହଣ କରୁ ନାହାନ୍ତି। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି।
from Odisha Reporter http://bit.ly/2FNIhZi
No comments:
Post a Comment