ନାରାୟଣ ରାଣେ ପୁଣି କଂଗ୍ରେସକୁ ଫେରିବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ନାରାୟଣ ରାଣେ ପୁଣି କଂଗ୍ରେସକୁ ଫେରିବେ!

rane

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସମର୍ଥନରେ ରାଜ୍ୟସଭା ସଦସ୍ୟ ହୋଇଥିବା ନାରାୟଣ ରାଣେ ପୁଣି ଥରେ କଂଗ୍ରେସ୍‌କୁ ଫେରିପାରନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାତ୍‌ ଏହି ସଙ୍କେତ ଦେଇଛନ୍ତି। ସେ କହିଛନ୍ତି,“ରାଣେଙ୍କୁ ଲାଗୁଛି ଯେ ସେ ବିଜେପି ସହିତ ମିଶି ଭୁଲ କରିଦେଇଛନ୍ତି।”

ଥୋରାତ୍‌ ଆହୁରି କହିଛନ୍ତି ଯେ, କେବଳ ରାଣେ ନୁହନ୍ତି, କଂଗ୍ରେସ୍ ଛାଡ଼ି ଯାଇଥିବା ଆହୁରି ଅନେକ ନେତା ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଗଲେଣି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ମରାଠା ସଂପ୍ରଦାୟକୁ ଦିଆଯାଇଥିବା ୧୬ ପ୍ରତିଶତ ସଂରକ୍ଷଣକୁ ଆଗାମୀ ନିର୍ବାଚନରେ ବିଜେପି ପ୍ରସଙ୍ଗ କରି ରାଜ୍ୟବାସୀଙ୍କ ପାଖକୁ ଯିବ। ଏଭଳି ସ୍ଥିତିରେ ନାରାୟଣ ରାଣେ କଂଗ୍ରେସ ପାଇଁ ବଡ଼ ଅସ୍ତ୍ର ହୋଇପାରିବେ। କାରଣ ରାଜ୍ୟରେ କଂଗ୍ରେସ-ଏନ୍‌ସିପି ସରକାର ସମୟରେ ନାରେୟଣ ରାଣେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ହିଁ ମରାଠା ସଂପ୍ରଦାୟକୁ ୧୬% ସଂରକ୍ଷଣ ଦେବାକୁ ପ୍ରଥମେ ସୁପାରିସ କରିଥିଲା।

ଅନ୍ୟପକ୍ଷରେ ଆଗାମୀ ଲୋକସଭା ନିର୍ବାଚନରେ ଶିବସେନା-ବିଜେପି ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ଅଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଶିବସେନା କ’ଣ ଏଭଳି ଏକ ମେଣ୍ଟର ଅଂଶ ହେବ ଯେଉଁଥିରେ ନାରାୟଣ ରାଣେ ଅଛନ୍ତି? ଶିବସେନା ସହିତ ମେଣ୍ଟ କରିବାକୁ ହେଲେ ବିଜେପିକୁ ରାଣେଙ୍କୁ ଛାଡ଼ିବାକୁ ହେବ। ବିଜେପି ଏଭଳି କଲେ ରାଣେଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ ହେବ। ତା’ପରେ ରାଣେଙ୍କ ପାଖରେ କେବଳ ଦୁଇଟି ବିକଳ୍ପ ରହିବ। ସେ କଂଗ୍ରେସ ଅବା ଏନ୍‌ସିପିକୁ ଯିବେ। ନହେଲେ ନିଜ ପାର୍ଟି ମହାରାଷ୍ଟ୍ର ସ୍ୱାଭିମାନ ପାର୍ଟିକୁ କଂଗ୍ରେସ-ଏନ୍‌ସିପି ମେଣ୍ଟରେ ସାମିଲ କରିପାରନ୍ତି। ତେବେ ଏସବୁ ଆକଳନ ଭିତରେ ବାଲାସାହେବ ଥୋରାତ ସଂକେତ ଦେଇଛନ୍ତି ଯେ ରାଣେ କଂଗ୍ରେସକୁ ହିଁ ଫେରିବେ।

ଉଲ୍ଲେଖଯୋଗ୍ୟ, ନାରାୟଣ ରାଣେ ୨୦୦୫ ପର୍ଯ୍ୟନ୍ତ ଶିବସେନାରେ ଥିଲେ। ତା’ପରେ କଂଗ୍ରେସକୁ ଯାଇଥିଲେ। ଦୀର୍ଘ ୧୨ ବର୍ଷ କଂଗ୍ରେସରେ ରହିବା ପରେ ୨୦୧୭ ସେପ୍ଟେମ୍ବରରେ ସେ ଦଳରୁ ଇସ୍ତଫା ଦେଇଥିଲେ ଓ ନିଜ ଦଳ ଗଠନ କରିଥିଲେ। ୨୦୧୮ରେ ବିଜେପିକୁ ସମର୍ଥ ଜଣାଇଥିଲେ ଓ ବିଜେପି ସମର୍ଥନରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।



from Odisha Reporter http://bit.ly/2FFKC9b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages