ଯୋଗୀ ଆଦିତ୍ୟନାଥଙ୍କ ପାଇଁ ହିନ୍ଦୀରେ ଟ୍ୱିଟ୍‌ କଲେ ଶଶି ଥରୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଯୋଗୀ ଆଦିତ୍ୟନାଥଙ୍କ ପାଇଁ ହିନ୍ଦୀରେ ଟ୍ୱିଟ୍‌ କଲେ ଶଶି ଥରୁର

ପ୍ରୟାଗରାଜ:ବିଭିନ୍ନ ସମୟରେ କ୍ଲୀଷ୍ଟ ଇଂରାଜୀ ଶବ୍ଦ ବ୍ୟବହାର କରି ଇଣ୍ଟରନେଟ୍ ଦୁନିଆରେ ବେଶ ଚର୍ଚ୍ଚାରେ ଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏକ ବିରଳ ହିନ୍ଦୀ ଟ୍ୱିଟ୍ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରିଛନ୍ତି। ଗଙ୍ଗା, ଯମୁନା ଏବଂ ପୁରାଣ ବର୍ଣ୍ଣିତ ନଦୀ ସରସ୍ୱତୀର ସଙ୍ଗମସ୍ଥଳୀ କୁହାଯାଉଥିବା ସହର ପ୍ରୟାଗରାଜ ବାବଦରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।

ସେ ଏହି ଟ୍ୱିଟ୍ରେ କହିଛନ୍ତି, “ତୁମେ ଗଙ୍ଗାକୁ ସ୍ୱଚ୍ଛ ରଖିବାକୁ ଚାହୁଁଛ, ପୁଣି ସେଇଠି ହିଁ ପାପ ଧୋଉଛ। ସଙ୍ଗମରେ ସମସ୍ତେ ଲଙ୍ଗଳା। ଜୟ ଗଙ୍ଗା ମାତାଙ୍କର ଜୟ।”


ସେ ଏହି ଟ୍ୱିଟ୍ ସହିତ ଯୋଗୀ ଆଦିତ୍ୟନାଥଙ୍କର ଏକ ଫଟୋ ମଧ୍ୟ ଅପ୍‌ଲୋଡ୍ କରିଛନ୍ତି, ଯେଉଁଥିରେ ସେ ଗଙ୍ଗା ନଦୀରେ ବୁଡ଼ ପକାଇ ବାହାରୁଛନ୍ତି। ତାଙ୍କ ସହିତ ଉତ୍ତରପ୍ରଦେଶର କିଛି ମନ୍ତ୍ରୀ ଏବଂ କିଛି ସାଧୁ ମଧ୍ୟ ଏହି ଫଟୋରେ ଅଛନ୍ତି।

ଏହାର ପ୍ରତିକ୍ରିୟାରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଶଶି ଥରୁରଙ୍କ ଏହି ମନ୍ତବ୍ୟ ଧାର୍ମିକ ଗାଳି ସଦୃଶ। ନିର୍ବାଚନ ସମୟରେ ଭୋଟ୍‌ ପାଇଁ ପଇତା ପିନ୍ଧୁଥିବା ରାହୁଲ ଗାନ୍ଧି ତାଙ୍କ ଦଳର ନେତାଙ୍କୁ ଏପରି କହିବାକୁ ଅନୁମତି ଦେବା ବିଶ୍ୱର କୋଟି କୋଟି ହିନ୍ଦୁଙ୍କ ଭାବାବେଗକୁ ଆହତ କରିଛି।



from Odisha Reporter http://bit.ly/2Tl2p8T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages