ସର୍ଫରାଜ ଓ ସୋଏବ ଅଖତର ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ସର୍ଫରାଜ ଓ ସୋଏବ ଅଖତର ମୁହାଁମୁହିଁ

ଇସ୍‌ଲାମାବାଦ: ପାକିସ୍ତାନର ନିଲମ୍ବିତ ଅଧିନାୟକ ସର୍ଫରାଜ ଅହମ୍ମଦ ଓ କିମ୍ବଦନ୍ତୀ ଦ୍ରୁତ ବୋଲର ସୋଏବ ଅଖତର ଏବେ ମୁହାଁମୁହିଁ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଆନ୍ଦିଲେ ଫେଲୁକାଓଙ୍କୁ ‘ଆବେ କାଳିଆ’ କହି ବର୍ଣ୍ଣ ବୈଷମ୍ୟ ଟିପ୍ପଣୀ ଦେଇଥିବାରୁ ସର୍ଫରାଜ ୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ଏହି ଘଟଣାକୁ ନେଇ ଅଖତର ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବାରୁ ସର୍ଫରାଜ ଏହାର ଦୃଢ଼ ଜବାବ ଦେଇଛନ୍ତି।

ସେ କହିଛନ୍ତି, “ ଅଖତର ମୋତେ ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ଷେପ କରିଛନ୍ତି। ସେ ସମାଲୋଚନା କରିନାହାନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ଜଣେ ବରିଷ୍ଠ ଖେଳାଳିଙ୍କଠାରୁ ଏଭଳି ବୟାନ ଆଶା କରାଯାଇ ନପାରେ। ମୁଁ ଭୁଲ ପାଇଁ କ୍ଷମା ମାଗିବା ସହ ଏଥିପାଇଁ ଦଣ୍ଡିତ ହୋଇଛି। ଏହି ବର୍ଣ୍ଣ ବୈଷମ୍ୟ ମାମଲାରେ ପିସିବି ଯେଉଁ ଭଳି ପଦକ୍ଷେପ ନେଲା ସେଥିପାଇଁ ମୁଁ ବୋର୍ଡକୁ ଧନ୍ୟବାଦ ଦେଉଛି। ମୁଁ ଭବିଷ୍ୟତରେ ନିଜକୁ ସୁଧାରିବା ସହ ଖେଳରେ ମଧ୍ୟ ଉନ୍ନତି ଆଣିବି। ମୋତେ ଯେଉଁମାନେ ଏଭଳି ସ୍ଥିତିରେ ସମର୍ଥନ କରିଛନ୍ତି, ସମସ୍ତଙ୍କୁ ଧନ୍ୟବାଦ ଦେଉଛି।”

ସୋଏବ ଅଖତର କହିଥିଲେ,“ଜଣେ ପାକିସ୍ତାନୀ ହିସାବରେ ସର୍ଫରାଜଙ୍କ ବୟାନ ଆଦୌ ଠିକ୍‌ ନୁହେଁ। ମୁଁ ଭାବୁଛି ପରିସ୍ଥିତିକୁ ଦୃଷ୍ଟିରେ ରଖି ସର୍ଫରାଜ ଏଭଳି ବୟାନ ଦେଇଥିବେ। ଏବେ ସେ ସର୍ବସମ୍ମୁଖରେ ଏଥିପାଇଁ କ୍ଷମା ମାଗିବା ଦରକାର।”

ଦକ୍ଷିଣ ଆଫ୍ରିକା ପକ୍ଷରୁ ଫେଲୁକାଓ ବ୍ୟାଟିଂ କରୁଥିବା ବେଳେ ୱିକେଟ୍‌ ପଛରେ ରହି ସର୍ଫରାଜ ତାଙ୍କୁ ଅତ୍ୟନ୍ତ ଅସଭ୍ୟ ଭାଷାରେ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ଷ୍ଟମ୍ପରେ ଲାଗିଥିବା ମାଇକ୍‌ ଦ୍ୱାରା ଏହା ରେକର୍ଡ ମଧ୍ୟ ହୋଇଥିଲା। ରେକର୍ଡିଂ ଅନୁଯାୟୀ, ସର୍ଫରାଜ କହୁଛନ୍ତି “ଆବେ କାଳିଆ, ଆଜି ତୋ ମା’ କୋଉଠି ବସିଛନ୍ତି? ଆଜି କ୍ରିଜରେ ତିଷ୍ଠି ରହିବାକୁ ତୁ ମା’ଙ୍କୁ କି ପ୍ରାର୍ଥନା କରିବାକୁ କହିଛୁ?”



from Odisha Reporter http://bit.ly/2sU9bqu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages