
ୱାଶିଂଟନ୍: ଭାରତୀୟ ବଂଶୋଦ୍ଭବ ଇନ୍ଦିରା ନୁୟି ବିଶ୍ୱ ବ୍ୟାଙ୍କ ମୁଖ୍ୟ ହେବେ ବୋଲି ଜଣାପଡ଼ିଛି। ଆଜି ହ୍ୱାଇଟ୍ ହାଉସ୍ ପକ୍ଷରୁ ଇନ୍ଦିରାଙ୍କ ନାଁ ବିଚାର କରାଯାଉଥିବା ଆମେରିକା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଇନ୍ଦିରା ନୁୟି ପେପସିକୋର ସିଇଓ ଭାବେ କାର୍ଯ୍ୟ କରୁଥିଲେ। ୬୩ ବର୍ଷୀୟ ଇନ୍ଦିରେ ପେପସିକୋ କମ୍ପାନୀରେ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟ କରିବା ପରେ ଗତବର୍ଷ ଅଗଷ୍ଟ ମାସରେ ଇସ୍ତଫା ଦେଇଥିଲେ।
ବିଶ୍ୱ ବ୍ୟାଙ୍କ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରୁଥିବା କମିଟିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ରହିଛନ୍ତି। ସେ ହିଁ ଇନ୍ଦିରା ନୁୟିଙ୍କ କାର୍ଯ୍ୟ ଦକ୍ଷତା ଦେଖି, ତାଙ୍କୁ ବିଶ୍ୱ ବ୍ୟାଙ୍କର ମୁଖ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଇନ୍ଦିରା ନୁୟି ଏହି ପଦବୀ ଗ୍ରହଣ କରିବେ କି ନାହିଁ ତାହା ଜଣାପଡ଼ିନାହିଁ।
from Odisha Reporter http://bit.ly/2FEvGr1
No comments:
Post a Comment