
ସମ୍ବଲପୁର (ଓଡ଼ିଶା ରିପୋର୍ଟର): ମହାନଦୀ ପଠାରୁ ଆଜି ସକାଳେ ଉଦ୍ଧାର ହୋଇଥିବା ମୃତଦେହର ପରିଚୟ ମିଳିଛି। ଯୁବତୀ ଜଣକ ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ସିଂ ବୋଲି ଜଣାପଡିଛି। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରି କେହି ନଦୀ ପଠାରେ ଫିଙ୍ଗି ଦେଇଥିବା ଅନୁମାନ କରୁଛି ପୁଲିସ୍।

ସିମରନ୍ ଜିନ୍ସ ପ୍ୟାଣ୍ଟ, ଜ୍ୟାକେଟ୍ ପିନ୍ଧିଥିଲେ। ତାଙ୍କର ମୃତଦେହ ପାଖରେ ଏକ ଲେଦର ବ୍ୟାଗ୍ ପଡ଼ିଥିଲା। ମୁଣ୍ଡ ଫାଠି ଯାଇଥିଲା। ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଛି। ଏଣୁ କେହି ତାଙ୍କୁ ପିଟି ପିଟି ହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ସିମରନ୍ ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍ ସେଲ୍ଫି ବେବୋ ଜରିଆରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍ ହେଉଛି ରିକ୍ସାବାଲା ରିଟର୍ଣ୍ଣ।

ତେବେ କେବେ ଓ କେଉଁ ପରିସ୍ଥିତିରେ ସିମରନ୍ଙ୍କ ମୃତ୍ୟ ହୋଇଛି ତାହାକୁ ନେଇ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ। ପ୍ରେମ କିମ୍ବା ବ୍ୟବସାୟିକ କାରଣ ଯୋଗୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି।

ବୁର୍ଲା ଥାନା ପୁଲିସ୍ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଆଜି ସକାଳେ ପୋଲ ତଳେ ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ଏହା ଏକ ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

from Odisha Reporter http://bit.ly/2F5fIH9
No comments:
Post a Comment