
ନୂଆଦିଲ୍ଲୀ: ଟି-୨୦ ମ୍ୟାଚରେ ଆପଣ ଛକା ବର୍ଷା ଦେଖିଥିବେ। ହେଲେ ୫୦ ଓଭର ବିଶିଷ୍ଟ ମ୍ୟାଚ୍ରେ ଛକା ବର୍ଷା ସାଧାରଣତଃ କମ୍ ହୋଇଥାଏ। କିନ୍ତୁ ନ୍ୟୁଜିଲ୍ୟାଣ୍ଡର ବାମହାତୀ ବ୍ୟାଟସ୍ମ୍ୟାନ୍ ଜେମସ୍ସ ନୀଶାମ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୬ ବଲ୍ରେ ୫ଟି ଛକା ମାରି ଦେଶ ପାଇଁ ରେକର୍ଡ କରିଛନ୍ତି। ଏଥିସହ ସେ ଗୋଟିଏ ଓଭର୍ରେ ୩୪ ରନ୍ ହାସଲ କରିବାର କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି। ସେ ମାତ୍ର ୧୩ଟି ବଲ୍ରେ ୪୭ ରନ୍ କରି ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ହେବାର ରେକର୍ଡରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ଦିକିଆରେ ଦ୍ରୁତତମ ଅର୍ଦ୍ଧଶତକ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏବି ଡିଭିଲିୟର୍ସଙ୍କ ନାଁରେ ରହିଛି।
ମ୍ୟାଚ୍ର ୪୯ତମ ଓଭର୍ଟି ଶ୍ରୀଲଙ୍କାର ଥିସାରା ପେରେରା ବୋଲିଂ କରିବାକୁ ଆସିଥିଲେ। ଏହି ଓଭର୍ର ପ୍ରଥମ ୪ଟି ବଲ୍ରେ ନୀଶାମ ୪ଟି ଛକା ମାରିଥିଲେ। ଏହାପରେ ଏକ ନୋ’ ବଲ୍ରେ ସେ ୨ ରନ୍ ସ୍କୋର କରିଥିଲେ। ଏହାର ପରବର୍ତ୍ତୀ ବଲ୍ ଫ୍ରି ହିଟ୍ରେ ନୀଶାମ ପୁଣି ଛକା ମାରିଥିଲେ। ଶେଷ ବଲ୍ରେ କିନ୍ତୁ ମାତ୍ର ଗୋଟିଏ ରନ୍ କରିବାକୁ ସେ ସକ୍ଷମ ହୋଇଥିଲେ।
ପୂର୍ବରୁ ଦିନିକିଆ କ୍ରିକେଟ୍ରେ ଦକ୍ଷିଣ ଆଫ୍ରିକାର ହର୍ଷେଲ ଗିବ୍ସ ହିଁ ୬ ବଲ୍ରେ ୬ ଛକା ମାରିଥିଲେ। ଜିମ୍ବାୱେ ବିପକ୍ଷ ୨୦୦୭ ବିଶ୍ୱକପ୍ରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ।
from Odisha Reporter http://bit.ly/2To5oNp
No comments:
Post a Comment