ଉତ୍କଳ ଓପନ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଅଂଶୁଙ୍କୁ ଡବଲ୍‌ ଟାଇଟଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଉତ୍କଳ ଓପନ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଅଂଶୁଙ୍କୁ ଡବଲ୍‌ ଟାଇଟଲ୍‌

players

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ‘ଉତ୍କଳ ଓପନ ଟେନିସ୍’ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଅଂଶୁ କୁମାର ଭୂୟାଁଙ୍କୁ ଡବଲ୍ ଟାଇଟଲ୍ ମିଳିଛି। ପୁରୁଷ ସିଙ୍ଗଲ୍‌ସ ଏବଂ ଡବଲ୍‌ସ ଇଭେଣ୍ଟରେ ସେ ଚାମ୍ପିଅନ୍‌ ହୋଇଛନ୍ତି। ସେହିଭଳି ୧୪ବର୍ଷରୁ କମ୍ ବାଳିକା ସିଙ୍ଗଲ୍‌ସ ଇଭେଣ୍ଟରେ ସୋହିନୀ ମହାନ୍ତି ଏବଂ ବାଳକ ବର୍ଗରେ ଷ୍ଟିଭନ ଅଙ୍କିତ ଏକ୍କା ଚାମ୍ପିଅନ ହୋଇଛନ୍ତି।

୪୦ବର୍ଷରୁ ଅଧିକ ବୟସ ବର୍ଗର ଡବଲ୍‌ସ ଇଭେଣ୍ଟରେ ଶାଶ୍ୱତ ଜେନା ଓ ହିମାଦ୍ରୀ ଯୋଡ଼ି ଟାଇଟଲ୍ ଜିଣିଛନ୍ତି। ୫୦ବର୍ଷରୁ ଅଧିକ ଡବଲ୍‌ସ ଇଭେଣ୍ଟରେ ପ୍ରଭାତ ବକ୍ସି ଓ ସରୋଜ ମୁଜମଦାର ଏବଂ ୬୦ବର୍ଷରୁ ଅଧିକ ବୟସ ବର୍ଗରେ ବିରଞ୍ଚି ନାରାୟଣ ମହାନ୍ତି ଓ ଜୁଗାନନ୍ଦ ପଟ୍ଟନାୟକ ଯୋଡ଼ି ଚାମ୍ପିଅନ୍ ହୋଇଛନ୍ତି।
ମହିଳା ସିଙ୍ଗଲ୍‌ସ ଇଭେଣ୍ଟରେ ଋତୁପର୍ଣ୍ଣା ଚୌଧୁରୀ ଟାଇଟଲ୍ ଜିତିଛନ୍ତି।

ପୂର୍ବତନ ପୁଲିସ୍ ଡିଜି ସଂଜୀବ ମାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ।

ଏସିଇ ଟେନିସ୍ କ୍ଲବ୍ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥିଲା। ସାରା ଓଡ଼ିଶାରୁ ୪୦୦ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ।



from Odisha Reporter http://bit.ly/2QLA89E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages