ମହିଳାଙ୍କ ସମ୍ମାନ କଥା ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ଏବେ କ’ଣ କହିବେ, ‘ଆପଣମାନେ ଖୁସି ତ?’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ମହିଳାଙ୍କ ସମ୍ମାନ କଥା ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ଏବେ କ’ଣ କହିବେ, ‘ଆପଣମାନେ ଖୁସି ତ?’

Dharmendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲାର ଏକ ଆଦିବାସୀ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି ସମାଲୋଚନା କରିଛନ୍ତି। ଗତକାଲି ଏକାଧିକ ଟ୍ୱିଟ୍ କରି ସେ ଏ ଘଟଣାରେ ନିଜ ମତ ରଖିବା ସହ ପ୍ରଶାସନକୁ ବି ସମାଲୋଚନା କରିଛନ୍ତି।

ଏ ଘଟଣାରେ ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି- ଦାରିଙ୍ଗବାଡ଼ି ଠାରେ ଆଦିବାସୀ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଓ କର୍ତ୍ତୃପ ଦୀର୍ଘଦିନ ଧରି ଚୁପ୍ ରହିବା ଘୋର ଚିନ୍ତାର ବିଷୟ। ସରକାର ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ମହିଳାଙ୍କ ସମ୍ମାନ କଥା ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ଏବେ କ’ଣ କହିବେ ‘ଆପଣମାନେ ଖୁସି ତ?’

ସେହିପରି ଆଉ ଏକ ଟ୍ୱିଟ୍‌ କରି ସେ କହିଛନ୍ତି, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପୁଲିସ୍ ପ୍ରଶାସନର ନିଷ୍କ୍ରିୟତା କାରଣରୁ ଦୋଷୀ ଆଇନ ହାତରୁ ଖସି ଯାଉଛନ୍ତି। ମହିଳା ବିରୋଧୀ ହିଂସା ଓ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବା ଅତ୍ୟନ୍ତ ଜରୁରୀ।

ଧର୍ମେନ୍ଦ୍ର ଲେଖିଛନ୍ତି, ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଥିବା ମହିଳା ବିରୋଧୀ ହିଂସା ଓ ଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି। ରାଜ୍ୟର ମହିଳା, ବିଶେଷ କରି ଆଦିବାସୀ ଝିଅମାନେ ଏପରି ଲଜ୍ଜାଜନକ ଘଟଣାର ଶିକାର ହେବା ଆହୁରି ଚିନ୍ତାର କାରଣ।

ପ୍ରଶାସନକୁ ସମାଲୋଚନା କରି ସେ ଲେଖିଛନ୍ତି, ଆବାସିକ ବିଦ୍ୟାଳୟରେ ରହୁଥିବା ଝିଅମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ କମ୍ ବୟସରେ ଗର୍ଭଧାରଣର ତୁରନ୍ତ ନିରୂପଣ ନିମନ୍ତେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିୟମ ରହିଛି। ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାରେ ପ୍ରଶାସନ କାହିଁକି ବିଫଳ ହେଲା? ଆଜି ଓଡ଼ିଶା ଏହାର ଜବାବ ମାଗୁଛି।

କନ୍ଧମାଳର ଏ ଘଟଣାରେ ସେ ଦୁଃଖିତ ଓ ମର୍ମାହତ ବୋଲି କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି।

ଗତକାଲି ସାମ୍ନାକୁ ଆସିଥିଲା ଏ ଘଟଣା

ସମ୍ପୃକ୍ତ ଝିଅ ଏକ ସରକାରୀ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ଘରଠାରୁ ସ୍କୁଲ ଦୂର ହୋଇଥିବାରୁ ଆଦିବାସୀ ହଷ୍ଟେଲ୍‌ରେ ରୁହନ୍ତି। ୮ ମାସ ତଳେ ସ୍କୁଲ ଛୁଟି ହୋଇଥିବାରୁ ଝିଅଟି ଘରକୁ ଯାଇଥିଲା। ଗାଁ ନିକଟରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା। ଲୋକ ଲଜ୍ଜା ଭୟରେ ଝିଅଟି ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲା। ଫଳର ଝିଅଟି ଗର୍ଭବତୀ ହୋଇଥିଲା।

ଗତକାଲି ଭୋର ସମୟରେ ଝିଅଟି ଶୌଚାଳୟକୁ ଯାଇଥିଲା। ଏହି ସମୟରେ ସେ ଏକ ଶିଶୁକନ୍ୟା ପ୍ରସବ କରିଥିଲା। ସ୍କୁଲ୍ କର୍ତ୍ତୃପକ୍ଷ ଏହି ଖବର ଜାଣିବା ପରେ ଘଟଣାକୁ ପ୍ରଥମେ ଚାପି ରଖିବାକୁ ଚେଷ୍ଟା କରିଥିଲେ। ମାତ୍ର ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଲୁଚାଇ ଏକ ଅଟୋରେ ମାଆ ଓ ଶିଶୁକୁ ବାଲିଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ହଷ୍ଟେଲ୍‌ରେ ପ୍ରସବ ନେଇ ଖବର ପ୍ରଚାରିତ ହେବା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଅଭିଭାବକ ଓ ସ୍ଥାନୀୟ ଲୋକେ ସ୍କୁଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କ କ୍ୱାର୍ଟର୍ସ ଘେରାଉ କରିଥିଲେ। ପରେ ଟାୟାର ଜାଳି ଏନ୍ଏଚ୍ ୫୯ ଅବରୋଧ କରିଥିଲେ। ଫଳରେ ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର, ବାଲିଗୁଡ଼ା ଓ ସୋରଡ଼ାକୁ ଯାତାୟତ ବନ୍ଦ ରହିଥିଲା।

କାର୍ଯ୍ୟାନୁଷ୍ଠାନ
ଏପରି ସମ୍ୱେଦନଶୀଳ ଘଟଣାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରିଛନ୍ତି। ଜଣେ ଏଏନ୍ଏମ୍, ୨ ଜଣ ମାଟ୍ରନ ଓ ୨ କୁକ୍‌ କମ୍‌ ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ।



from Odisha Reporter http://bit.ly/2QJeiDG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages