କାଳିଆ ଫର୍ମ ବିକିବା ମାମଲା ଥାନାକୁ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

କାଳିଆ ଫର୍ମ ବିକିବା ମାମଲା ଥାନାକୁ ଗଲା

ସୋର (ଶଶିକାନ୍ତ ବେହେରା): ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ‘କାଳିଆ ଯୋଜନା’ ଘୋଷଣା କରିଥିଲେ। ଏଥିପାଇଁ ଚାଷୀମାନଙ୍କୁ ପଞ୍ଚାୟତ ଅଫିସରେ ଫର୍ମ ମାଗଣାରେ ଉପଲବ୍ଧ କରାଯାଉଛି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଖାମ୍‌ଖିଆଲ ନୀତି ଓ ରାଜନେତାଙ୍କ ପ୍ରିୟାପ୍ରୀତି ପୋଷଣ ଯୋଗୁ ଚାଷୀମାନେ ଏହି ଯୋଜନାରେ ଉପକୃତ ହୋଇପାରୁ ନାହାନ୍ତି। ଆବଶ୍ୟକ ମୂତାବକ ଫର୍ମ ମିଳୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାଛଡ଼ା କାଳିଆ ଯୋଜନାର ଆବେଦନ ଫର୍ମ ଡୁପ୍ଲିକେଟ୍‌ କରାଯାଇ ଚଢ଼ା ଦରରେ ବିକ୍ରି କରାଯାଉଛି। ଏନେଇ ଅଭିଯୋଗ ହେବା ପରେ ବାଲେଶ୍ୱର ଜିଲ୍ଲାପ୍ରଶାସନ ଆଜି ଦୁଇ ଜଣ ବ୍ୟକ୍ତିଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି।

ଗତକାଲି ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଫିସରେ କାଳିଆ ଯୋଜନାରେ ଫର୍ମ ମିଳୁଥିଲା। ହେଲେ କେତେକ ଚାଷୀ ଏହି ଫର୍ମ ପାଇନଥିଲେ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ସମୟରେ ଗଣ୍ଡିବେଡ଼ରୁ ଜଣେ ବ୍ୟକ୍ତି ବାଇକ୍‌ରେ ଆସି କାଳିଆ ଫର୍ମକୁ ୫୦ ଟଙ୍କାରେ ବିକ୍ରି କରୁଥିଲେ। ଏହା ଡୁପ୍ଲିକେଟ୍‌ ବୋଲି ଜାଣିନପାରି ଚାଷୀମାନେ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଏହା ଏବେ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଗତକାଲି ବାଲିଆପାଳ ବ୍ଲକ ମଧୁପୁର ପଞ୍ଚାୟତ ଅଫିସରେ କାଳିଆ ଫର୍ମ ବିକ୍ରି ହେଉଥିଲା। ଏନେଇ ଖବର ପାଇବା ପରେ ଆଜି ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ବାଲିଆପାଳ ବ୍ଲକ ମଧୁପୁର ପଞ୍ଚାୟତର ସୁଶାନ୍ତ ପରମାଣିକ ଓ ଖଇରା ବ୍ଲକ ମାଖନପୁର ପଞ୍ଚାୟତର ଅକ୍ଷୟ ମହାରଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2RyU0RN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages