
ମୁମ୍ବାଇ: ବଲିଉଡ୍ ସୁପର୍ଷ୍ଟାର୍ ହ୍ରିତିକ୍ ରୋଶନ୍ଙ୍କ ବାପା ତଥା ଅଭିନେତା ଓ ନିର୍ମାତା-ନିର୍ଦ୍ଦେଶକ ରାକେଶ୍ ରୋଶନ୍ ଏବେ କର୍କଟ ରୋଗରେ ପୀଡ଼ିତ। ତାଙ୍କୁ ଥ୍ରୋଟ୍ ବା ଗଳା କ୍ୟାନସର୍ ହୋଇଛି। ଏହି ରୋଗ ପ୍ରଥମେ ଷ୍ଟେଜ୍ରେ ଥିବା ହ୍ରିତିକ୍ ନିଜ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ ଜରିଆରେ ମଙ୍ଗଳବାର ସୂଚନା ଦେଇଛନ୍ତି।
ଏହି ଖବର ବଲିଉଡ୍ ଇଣ୍ଡଷ୍ଟ୍ରିରେ ହଇଚଇ ଖେଳାଇ ଦେଇଛି। ଏଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାକେଶ ରୋଶନ୍ଙ୍କ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି। ପିଏମ୍ ଲେଖିଛନ୍ତି- ‘‘ପ୍ରିୟର ହ୍ରିତିକ୍, ଶ୍ରୀ ରାକେଶ୍ ରୋଶନ ଜୀଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। ସେ ଜଣେ ଯୋଦ୍ଧା। ମୋର ବିଶ୍ୱାସ ଯେ, ସେ ଖୁବ୍ ସାହସର ସହ ଏହି ଚ୍ୟାଲେଜ୍କୁ ସାମ୍ନା କରିବେ।’’
Thank you Sir for your concern and good wishes. I am very happy to inform that according to the doctors his surgery has gone off well.
https://t.co/BS42lCy0Kn
— Hrithik Roshan (@iHrithik) January 8, 2019
ପିଏମ୍ ମୋଦିଙ୍କ ଟ୍ୱିଟ୍ର ଜବାବ ଦେଇ ହ୍ରିତିକ୍ ଲେଖିଛନ୍ତି, ‘‘ଧନ୍ୟବାଦ ସାର୍, ଆପଣଙ୍କ ଶୁଭ କାମନା ପାଇଁ। ମୋତେ ଏହା କହିବାକୁ ଖୁବ୍ ଖୁସି ଲାଗୁଛି ଯେ, ଡାକ୍ତରଙ୍କ କହିବା ଅନୁଯାୟୀ ବାପାଙ୍କ ସର୍ଜରୀ ଖୁବ୍ ଭଲରେ ହୋଇଛି।’’
ଏକ ସାକ୍ଷାତକାରରେ ରାକେଶ୍ଙ୍କ ଭାଇ ରାଜେଶ୍ ରୋଶନ୍ କହିଛନ୍ତି, ‘‘ତାଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଖୁବ୍ ଭଲ ଅଛି। ଯେତେବେଳେ ତାଙ୍କ ସର୍ଜରୀ ହେଉଥିଲା ସମସ୍ତେ ଚିନ୍ତାରେ ଥିଲେ। ସର୍ଜରୀ ସମୟରେ ପୂରା ପରିବାର ତାଙ୍କ ସହ ଥିଲେ। ଏବେ ସେ ଭଲ ଅଛନ୍ତି। ଆଉ କିଛି ଦିନ ଭିତରେ ତାଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯିବ।’’
ହ୍ରିତିକ୍ ବାପା ରାକେଶ୍ଙ୍କ ସହ ଜିମ୍ରେ ୱାର୍କ ଆଉଟ୍ କରିବା ସମୟର ଏକ ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ରେ ଶେଆର୍ କରିଛନ୍ତି। ସେ ଲେଖିଛନ୍ତି, “ମୁଁ ଆଜି ବାପାଙ୍କୁ ୱାର୍କ ଆଉଟ୍ କରିବା କଥା ପଚାରିଥିଲି। ମୋତେ ଜଣାଥିଲା ଯେ ସେ ସର୍ଜରୀ ଦିନ ବି ବ୍ୟାୟମ କରିବା ଛାଡ଼ିବେନି। ନିକଟରେ ବାପାଙ୍କୁ Squamous Cell Carcinoma ହୋଇଥିବା ଜଣା ପଡ଼ିଥିଲା। ସେ ଏବେ ନିଜ ପାଇଁ ଲଢ଼ିବେ। ଆମେ ଭାଗ୍ୟଶାଳୀ ଯେ ଆମ ପରିବାରକୁ ତାଙ୍କ(ବାପାଙ୍କ) ଭଳି ମୁରବୀ ମିଳିଛି।’’
from Odisha Reporter http://bit.ly/2H3D2qq
No comments:
Post a Comment