ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ତାରିଖ ୨୧କୁ ଘୁଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ତାରିଖ ୨୧କୁ ଘୁଞ୍ଚିଲା

colour-voter-id

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୋଟର ତାଲିକାରେ ସଂଶୋଧନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ଜାନୁଆରୀ ୪ ତାରିଖରେ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନେଇ ସ୍ଥିର ହୋଇଥିଲା। ତେବେ ଏହାକୁ ଆସନ୍ତା ୨୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଲୋକେ ଆସନ୍ତା ୨୧ ତାରିଖ ଯାଏ ଭୋଟ୍‌ର ତାଲିକା ସଂଶୋଧନ କରିପାରିବେ। ଭୋଟରମାନେ ଚାହିଁଲେ ସେମାନଙ୍କ ନାଁ ଓ ଠିକଣା ପ୍ରଭୃତିକୁ ସଂଶୋଧନ କରି ପାରିବେ। ଏନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି।

ଭୋଟର ତାଲିକା ସଂଶୋଧନ ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ମାସେ ଯାଏ ୭ଟି ଭ୍ୟାନ୍ ବୁଲିବ। ବର୍ତ୍ତମାନ ଯାଏ ମୋଟ୍ ୧୨ ଲକ୍ଷ ଭୋଟର ସଂଶୋଧନ ପ୍ରକ୍ରିୟାରେ ସାମିଲ୍ ହୋଇଛନ୍ତିା ଯେଉଁଥିରେ ରହିଛନ୍ତି ୫ ଲକ୍ଷ ନୂଆ ଭୋଟର। ତାଲିକା ସଂଶୋଧନ ପାଇଁ ମୋଟ ୪ ଲକ୍ଷ ୫୯ ହଜାର ୪୨ଟି ଆବେଦନ ପତ୍ର ହସ୍ତଗତ ହୋଇଛି। ନିର୍ବାଚନ ପାଇଁ ରାଜ୍ୟରେ ୩୭ ହଜାର ୬୦୬ଟି ବୁଥ୍ ରହିଛି। ଯାହା ଚଳିତ ଥର ବଢ଼ିପାରେ ବୋଲି ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ଚଳିତ ଥର ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପ୍ୟାଟ୍ ମେସିନ୍ ବ୍ୟବହାର କରାଯିବ। ଏନେଇ ପର୍ଯ୍ୟାପ୍ତ ପରିମାଣର ଭିଭିପ୍ୟାଟ୍ ଓ ଇଭିଏମ୍ ପହଞ୍ଚିଥିବା ସୁରେନ୍ଦ୍ର କୁମାର କହିଛନ୍ତି।



from Odisha Reporter http://bit.ly/2F5gaUW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages