
ଗୁନା: ମଧ୍ୟପ୍ରଦେଶରେ ନୂଆ କରି ସରକାର ଗଠନ କରିଥିବା କଂଗ୍ରେସର ଜଣେ ମନ୍ତ୍ରୀଙ୍କ ବିବାଦୀୟ ବୟାନ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। କଂଗ୍ରେସର ସରକାରଙ୍କ କ୍ୟାବିନେଟ୍ରେ ଥିବା ଶ୍ରମ ମନ୍ତ୍ରୀ ମହେନ୍ଦ୍ର ସିସୋଦିଆ, ଯେଉଁ କର୍ମଚାରୀ ଓ ଅଧିକାରୀ କଥା ନ ଶୁଣିବେ, ସେମାନଙ୍କୁ ଗୋଇଠା ମାରି ବିଦା କରିବା ଦରକାର।” ଅବଶ୍ୟ ସେ ଏକଥା ଦଳୀୟ କର୍ମୀଙ୍କୁ କହୁଥିବା ଜଣାପଡ଼ିଛି।
ଦଳୀୟ କର୍ମୀମାନେ ପ୍ରଚଳିତ ନିୟମ ଏବଂ ଦଳର ହାଇକମାଣ୍ଡଙ୍କ କଥା ମାନିବା ଜରୁରୀ। ଯଦି କେହି ନିଜ ଇଚ୍ଛାରେ କାର୍ଯ୍ୟ କରିବ, ତା’ହେଲେ ତାକୁ ମଧ୍ୟ ଗୋଇଠା ମାରି ବିଦା କରିଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି।
ସର୍ବସାଧାରଣରେ ଦଳୀୟ କର୍ମୀ ଏବଂ କର୍ମଚାରୀଙ୍କ ସମ୍ପର୍କରେ ଏଭଳି ବୟାନ ଦେଇଥିବାରୁ ଶ୍ରୀ ସିସୋଦିଆଙ୍କୁ ଚାରିଆଡ଼ୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଛି।
from Odisha Reporter http://bit.ly/2F3x47i
No comments:
Post a Comment