ଏମାନେ ଅସଲି ନା ନକଲି? ଧାନ ବିକିବାକୁ ଆସିଥିଲେ, ମାଡ଼ି ବସିଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ଏମାନେ ଅସଲି ନା ନକଲି? ଧାନ ବିକିବାକୁ ଆସିଥିଲେ, ମାଡ଼ି ବସିଲେ ଚାଷୀ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସରକାରଙ୍କ କହିବା ଅନୁସାରେ ଧାନ କିଣା ଠିକ୍‌ରେ ଚାଲିଛି। ଏପରିକି ଟାର୍ଗେଟ ପୂରଣ ହୋଇସାରିଲାଣି। ହେଲେ ଆଜି ବି ଅଧିକାଂଶ ମଣ୍ଡିରେ ଧାନ ବିକିବାକୁ ଚାଷୀ ଶୀତକାକରରେ ପଡ଼ି ରହିଛନ୍ତି। କେଉଁଠି ଉଚିତ୍‌ ମୂଲ୍ୟ ମିଳୁନାହିଁ ତ କେଉଁଠି କଟନିଛଟନି କରାଯାଉଛି। ଆଉ କେଉଁଠି ମଣ୍ଡିରେ ତାଲା ଝୁଲୁଛି। ଏପରି ସ୍ଥିତିରେ କିଛି ମଣ୍ଡିରେ ନକଲି ଚାଷୀ ଧାନ ବିକୁଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ ସମ୍ବଲପୁର ଝାଙ୍କରପାଲି ମଣ୍ଡିରୁ ଆସିଛି।

ଏଠାରେ ୫ ଦିନ ହେଲା ପଡ଼ିରହିଛି ହଜାର ହଜାର ବସ୍ତା ଧାନ। ଅଟକି ରହିଛି ଟ୍ରକ୍, ଟ୍ରାକ୍ଟର ଓ ୪ ଚକିଆକୁ ମିଶାଇ ୧୨ଟି ଧାନ ବୋଝେଇ ଗାଡ଼ି। ଏସବୁ ଧାନ ଆଣିଥିବା ଚାଷୀ ପ୍ରକୃତ ଚାଷୀ ନୁହନ୍ତି ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଧାନ ଆଣିଥିବା ଚାଷୀ ଓ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଛି।

ଅବିକ୍ରି ପାଇଁ ଆସିଥିବା ଏହି ଧାନ ପ୍ରକୃତ ଚାଷୀଙ୍କର ନୁହେଁ, ବରଂ ବେପାରୀ ଓ ଦଲାଲଙ୍କ ଧାନ ବୋଲି କହି ଗାଡ଼ିଗୁଡ଼ିକୁ ଅଟକ ରଖିଛନ୍ତି ସ୍ଥାନୀୟ ଚାଷୀ। ଅଭିଯୋଗ କରିଛନ୍ତି, ଏହି ନକଲି ଚାଷୀମାନେ ପଡ଼ୋଶୀ ଝାରସୁଗୁଡ଼ା ଓ ଅନ୍ୟାନ୍ୟ ଅଞ୍ଚଳରୁ କମ୍ ଦାମ୍‌ରେ ଧାନ କିଣି, ଲାଭ ଆଶାରେ ସରକାରୀ ମଣ୍ଡିରେ ବିକୁଛନ୍ତି।

ଝାଙ୍କରପାଲି ମଣ୍ଡି ଗତ ୧୨ ତାରିଖରେ ବନ୍ଦ ହୋଇସାରିଛି। ତେଣୁ ପ୍ରଶ୍ନ ଉଠିଛି, ପ୍ରାୟ ଦେଢ଼ ମାସ ସମୟ ଭିତରେ ସେମାନେ ଧାନ ବିକିପାରିଲେ ନାହିଁ କିପରି ? କ୍ରପ୍ କଟିଂ ରିପୋର୍ଟ ଅନୁସାରେ ପଞ୍ଚାୟତରେ ୫୬ ପ୍ରତିଶତ ମରୁଡ଼ି ହୋଇଥିବା ବେଳେ ସେମାନେ ଏତେ ଧାନ ଆଣିଲେ କେଉଁଠୁ ? ଏନେଇ କତରବଗା ସେବା ସମବାୟ ସମିତି ସଭାପତିଙ୍କୁ ମଧ୍ୟ ସ୍ଥାନୀୟ ଚାଷୀ ମାନେ ଚିଠି ଲେଖିଛନ୍ତି।

ଜଗନ୍ନାଥ କୃଷକ ସଂଗଠନ ସଭାପତି ଗୁରୁଚରଣ ଦାସ କହିଛନ୍ତି, “୧୨ ତାରିଖରେ ମଣ୍ଡି ବନ୍ଦ ହେବ ବୋଲି ଘୋଷଣା ହୋଇଥିଲା। ୧୦ ତାରିଖରୁ ଆମେ ଲେଖିକି ଦେଇଥିଲୁ ୧୨ ତାରିଖରୁ ମଣ୍ଡି ବନ୍ଦ ହେବ ବୋଲି। କେଉଁଥି ପାଇଁ ୧୨ ତାରିଖ ପରେ ଗୋଟେ ବୁଧବାରରେ ମଣ୍ଡି ଖୋଲାଗଲା ?”

ଅନ୍ୟପକ୍ଷରେ ଧାନ ବିକିବାକୁ ଆସିଥିବା ଲୋକମାନେ ନିଜକୁ ପ୍ରକୃତ ଚାଷୀ ବୋଲି ଦାବି କରିବା ସହ ବର୍ଷା ଓ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା କାରଣରୁ ଧାନ ଆଣିବାରେ ବିଳମ୍ବ ହୋଇଥିବା କହିଛନ୍ତି।  ଏଥିସହ ମଣ୍ଡିରେ ଧାନ ବିକ୍ରି ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଅନୁମତି ଆଣିଥିବା ମଧ୍ୟ ଦାବି କରିଛନ୍ତି। ତେବେ ସେମାନଙ୍କ ପାଖରେ କୌଣସି ଲିଖିତ ଅନୁମତି ପତ୍ର ନଥିବାରୁ ଧାନ ଗାଡ଼ି ଅଟକାଇ ରଖିଛନ୍ତି ସ୍ଥାନୀୟ ଲୋକେ।

ଏନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଘଟଣା ସମ୍ପର୍କରେ ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି। ଉପଜିଲ୍ଲାପାଳଙ୍କ ତଦନ୍ତ ପରେ ହିଁ ଧାନ ବିକ୍ରି ହୋଇପାରିବ।”

ଛଦ୍ମଚାଷୀ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ଚାଷୀ ଜମିର ପଟ୍ଟା ଦେଖାଇଲେ ତାଙ୍କ ନାଁ ରେଜିଷ୍ଟ୍ରେସନ୍‌ ହେବ। ଯାହାର ଯେତେ ଜମି ଅଛି, ସେହି ଜମି ଅନୁସାରେ ଧାନ ଆଦାୟ ହେବ।”



from Odisha Reporter http://bit.ly/2AUlfMO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages