ଓଡ଼ିଶାରେ ଏଥର ସରକାର ଗଢ଼ିବ ବିଜେପି: ଭୂପିନ୍ଦର ଯାଦବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ଓଡ଼ିଶାରେ ଏଥର ସରକାର ଗଢ଼ିବ ବିଜେପି: ଭୂପିନ୍ଦର ଯାଦବ

BJP
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କେନ୍ଦ୍ରୀୟ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଓଡ଼ିଶାବାସୀ ଜାଣିସାରିଲେଣି। ତେଣୁ ଦୀର୍ଘ ଦିନଧରି ଶାସନରେ ଥିବା ବିଜେଡିକୁ ଏଥର ଶାସନ ଗାଦିରୁ ହଟାଇବେ ଏବଂ ଉଭୟ ଲୋକସଭା ଓ ବିଧାନସଭା ପାଇଁ ବିଜେପି ସପକ୍ଷରେ ହିିଁଁ ଜନମତ ଦେବେ ବୋଲି ବିଜେପି ସାଧାରଣ ସମ୍ପାଦକ ତଥା ସାଂସଦ ଭୂପିନ୍ଦର ଯାଦବ କହିଛନ୍ତି।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭୂପିନ୍ଦର କହିଛନ୍ତି ଯେ, ଓଡ଼ିଶାରେ ଏଥର ବିଜେପି ହିଁ ସରକାର କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟକାଳରେ କୃଷି କ୍ଷେତ୍ର ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନା ପୁର୍ବରୁ ଆଉ କୌଣସି ସରକାର ସମୟରେ ହୋଇନଥିଲା। ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ଏହି ସରକାର ସମୟରେ ବ୍ୟାପକ ବୃଦ୍ଧି କରାଯାଇଛି। ୟୁପିଏର ଶେଷ ୫ ବର୍ଷର କଂଗ୍ରେସ ସରକାର ସମୟରେ ଯାହା ବଜେଟ ଆବଣ୍ଟନ ଥିଲା ତାହା ଏବେ ଦୁଇ ଗୁଣ ହୋଇଛି। ୟୁପିିଏର ଶେଷ ୫ ବର୍ଷ ୨୦୦୯ରୁ ୨୦୧୪ ବଜେଟରେ କୃଷି କ୍ଷେତ୍ର ପାଇଁ ମୋଟ ୧ଲକ୍ଷ ୨୧ ହଜାର କୋଟି ଥିଲାବେଳେ ବିଜେପିର ୫ ବର୍ଷରେ ଏହା ୨ ଲକ୍ଷ ୧୧ ହଜାର କୋଟି ଟଙ୍କା ହୋଇଛି। ଦେଶର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଛନ୍ତି। ମୋଦିଙ୍କ ନେତୃତ୍ୱରେ ୨୦୧୯ ନିର୍ବାଚନରେ ଅଧିକ ବହୁମତ ସହିତ କେନ୍ଦ୍ରରେ ଏନଡିଏ ସରକାର ଗଢ଼ିବା ନିଶ୍ଚିତ।
ଗତ ପାଞ୍ଚବର୍ଷ ଶାସନ କାଳରେ କେନ୍ଦ୍ରରେ ବିଜେପି ସରକାର ବିରୋଧରେ ଦୁର୍ନୀତିର ଗୋଟିଏ ବି ଦାଗ ଲାଗିନି। କିନ୍ତୁ ସୋନିଆ-ମନମୋହନଙ୍କ କଂଗ୍ରେସ ସରକାର ସେତେବେଳେ ଅନ୍ତରୀକ୍ଷରୁ ପାତାଳ ପର୍ଯ୍ୟନ୍ତ ଲୁଟିବାର କାମ କରୁଥିଲା। ହେଲେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଚୌକିଦାର ହୋଇଥିବା ଯୋଗୁ ଭ୍ରଷ୍ଟାଚାର କରୁଥିବା ଲୋକଙ୍କ ମନରେ ଭୟ ବଢ଼ିଛି। ଶାସନରେ ଥିବାବେଳେ କଂଗ୍ରେସ ଯେଭଳି ପ୍ରତିରକ୍ଷା କ୍ଷେତ୍ରରେ ଦଲାଲୀ କରି ପଇସା ଖାଉଥିଲା ଏବେ ତା’ ସ୍ୱାର୍ଥରେ ଆଞ୍ଚ ଆସିବାରୁ ରାଫେଲ୍ ଡିଲ୍ ଉପରେ ପ୍ରଶ୍ନ ଉଠାଇଛି। କିନ୍ତୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛନ୍ତି ଯେ ରାଫେଲ୍ ଡିଲରେ କୌଣସି ଅନିୟମିତତା ହୋଇନି। ରାହୁଲ ଗାନ୍ଧି କହୁଥିବା ମିଛକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକଙ୍କ ସାମ୍ନାକୁ ଆଣିଛନ୍ତି। ବିଜେପି ସରକାର ସାଧାରଣ ଶ୍ରେଣୀର ଗରିବ ଯୁବକଙ୍କୁ ଶିକ୍ଷା ଓ ସରକାରୀ ଚାକିରିରେ ୧୦% ସଂରକ୍ଷଣ ଦେବାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ପଛୁଆ ବର୍ଗର ଆୟୋଗକୁ ସାମ୍ବିଧାନିକ ମାନ୍ୟତା ଦେବାର କାମ ମଧ୍ୟ ମୋଦି ସରକାର ହିଁ କରିଛନ୍ତି ବୋଲି ଶ୍ରୀ ଯାଦବ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।


from Odisha Reporter http://bit.ly/2T1ivEw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages