ଚିଲିକାକୁ ଏ ବର୍ଷ ଆସିଛନ୍ତି ଅଧିକ ପକ୍ଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଚିଲିକାକୁ ଏ ବର୍ଷ ଆସିଛନ୍ତି ଅଧିକ ପକ୍ଷୀ

birds

ବାଲୁଗାଁ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ୧୮୧ଟି ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ଟି ପକ୍ଷୀ ଚିଲିକାକୁ ଆସିଛନ୍ତି। ଗତବର୍ଷ ଅପେକ୍ଷା ଏ ବର୍ଷ ଦେଢ଼ ଲକ୍ଷରୁ ଅଧିକ ପକ୍ଷୀ ଏଠାକୁ ଆସିଛନ୍ତି। ଚଳିତ ବର୍ଷ କରାଯାଇଥିବା ପକ୍ଷୀ ଗଣନାରୁ ଏହା ଜଣାପଡ଼ିଛି।

ଗତବର୍ଷ ଚିଲିକାକୁ ୮ ଲକ୍ଷ ୯୩ ହଜାର ୩୯୦ଟି ପକ୍ଷୀ ଆସିଥିଲେ। ଏବର୍ଷ ଆହୁରି ୧ ଲକ୍ଷ ୫୪ ହଜାର ୫୭୮ଟି ଅଧିକ ପକ୍ଷୀ ଏଠାକୁ ଆସିଛନ୍ତି। ଗତ ୧୦ ବର୍ଷ ଭିତରେ ଚଳିତ ବର୍ଷ ଚିଲିକାକୁ ସର୍ବାଧିକ ପକ୍ଷୀ ଆସିଥିବା ଜଣାପଡ଼ିଛି।

ସେହପରି ଚଳିତ ବର୍ଷ ପକ୍ଷୀ ଅଭୟାରଣ୍ୟ ନଳବଣରେ ୩ ଲକ୍ଷ ୯୩ ହଜାର ୫୪୧ଟି ପକ୍ଷୀ ଅଛନ୍ତି। ଗତବର୍ଷ ଏହି ସଂଖ୍ୟା ୩ ଲକ୍ଷ ୨୦ ହଜାର ୮୨୬ ଥିଲା। ପକ୍ଷୀ ଗଣନାରେ ୱାଇଲ୍ଡ ଲାଇଭ୍‌ ଚିଲିକାର ୫ଟି ଡିଭିଜନରୁ ୨୧ଟି ଟିମ୍‌ ସାମିଲ ଥିଲେ।



from Odisha Reporter http://bit.ly/2s9hSwS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages