
ଘାଜିନ୍: ଆଫଗାନିସ୍ତାନର ଗୁଇନ୍ଦା ବେସ୍ ଉପରେ ଆତଙ୍କବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ସକ୍ରିୟ ଥିବା ତାଲିବାନ ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିଛି।
ୱାରଦକ ପ୍ରଦେଶରେ ଥିବା ଗୁଇନ୍ଦା ବେସ୍ ଉପରେ ସୋମବାର ରାତିରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରାଥମିକ ଅବସ୍ଥାରେ ଏହି ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ତେବେ ଉଦ୍ଧାର ସମୟରେ ୬୫ ଜଣଙ୍କ ମୃତଦେହ ମିଳିଥିବା ୱାରଦକ କାଉନସିଲର ଡେପୁଟି ମୁଖ୍ୟ ମହମ୍ମଦ ସରଦାର ବାକହାରୀ ସୂଚନା ଦେଇଛନ୍ତି।
ଅନ୍ୟ ଜଣେ ଅଧିକାରୀ ନିଜ ପରିଚୟ ଗୋପନ ରଖି ଆତଙ୍କବାଦୀ ହମ୍ଲାରେ ୭୦ ଜଣଙ୍କ ଜୀବନ ଯାଇଥିବା କହିଛନ୍ତି।
from Odisha Reporter http://bit.ly/2T9syYg
No comments:
Post a Comment