ରିଲିଜ୍‌ ହେଲା ‘ଟୋଟାଲ୍‌ ଧମାଲ୍‌’ର ଅଫିସିଆଲ୍ ଟ୍ରେଲର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ରିଲିଜ୍‌ ହେଲା ‘ଟୋଟାଲ୍‌ ଧମାଲ୍‌’ର ଅଫିସିଆଲ୍ ଟ୍ରେଲର୍

ମୁମ୍ବାଇ: ମଲ୍ଟିଷ୍ଟାରର୍‌ ବଲିଉଡ୍ ମୁଭି ‘ଟୋଟାଲ୍ ଧମାଲ୍’ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍‌ ହୋଇଛି। ଫିଲ୍ମରେ ନବେ ଦଶକର ହିଟ୍‌ ଯୋଡ଼ିଙ୍କୁ ରିପିଟ୍‌ କରିବେ ନିର୍ଦ୍ଦେଶକ ଇନ୍ଦ୍ର କୁମାର୍‌। ଅନିଲ କପୁର ଓ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ସହ ଏଥିରେ ସୁପର୍‌ଷ୍ଟାର୍‌ ଅଜୟ ଦେବଗନ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ବୋମନ ଇରାନି, ଜାଭେଦ୍‌ ଜାଫ୍ରି ଓ ଜନି ଲିଭର୍‌ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଟ୍ରେଲର୍‌ରେ ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

କମେଡ଼ି ଡ୍ରାମାକୁ ନେଇ ଏହି ଫିଲ୍ମ ନିର୍ମାଣ ହେଉଛି। ଅଫିସିଆଲ୍‌ ଟ୍ରେଲର୍‌ ରିଲିଜ୍‌ ହେବାର ମାତ୍ର ୨୪ ଘଣ୍ଟା ଭିତରେ ଏହାକୁ ୧୦ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି।

ଟଙ୍କା ଓ ସଂପତ୍ତିକୁ ନେଇ କେମିତି ଟଣା ଓଟରା ଚାଲିଛି, ତାହା ହିଁ ଏହି ଫିଲ୍ମ୍‌ର କଥାବସ୍ତୁ। ସୋମବାର ରିଲିଜ୍ ହୋଇଥିବା ଟ୍ରେଲରରେ ଏହା ସ୍ପଷ୍ଟ ହୋଇଛି।

ଧମାଲ୍ ସିରିଜର ଏହା ଇନ୍ଦ୍ର କୁମାରଙ୍କ ତୃତୀୟ ଫିଲ୍ମ। ଏହି ଫିଲ୍ମରେ ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍ ଆମିର ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫେବ୍ରୁଆରୀ ୨୨ରେ ଫିଲ୍ମ ରିଲିଜ୍ ହେବ। ଫିଲ୍ମରେ ଅନେକ ସ୍ପେଶାଲ୍ ଇଫେକ୍ଟ ଥିବାରୁ ଏହାର ରିଲିଜ୍ ବିଳମ୍ବ ହେଉଥିବା ପ୍ରଡକ୍ସନ୍‌ ଟିମ୍‌ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2FOb93A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages