
ସୋନିପତ୍: ହରିଆଣାର ସୋନିପତ୍ ଜିଲ୍ଲାର ରେଲୱେ ଷ୍ଟେସନ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ରେଳ ଷ୍ଟେସନ୍ରେ ଶୋଇଥିବା ୭ ଜଣ ଲୋକଙ୍କ ଉପରେ ଏକ ଦ୍ରୁତଗାମୀ କାର୍ ମାଡ଼ି ଯାଇଛି। କାର୍ ଚାପାରେ ୭ ଜଣ ଯାକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଷ୍ଟେସନ୍ର ଟିକେଟ୍ କାଉଣ୍ଟର ସମ୍ମୁଖରେ ଥିବା ହଲ୍ ମଧ୍ୟରେ ଏହି ଲୋକମାନେ ଶୋଇଥିଲେ। ତେବେ ସୋମବାର ଭୋରରୁ ଏକ ଦ୍ରୁତଗାମୀ ହ୍ୟୁଣ୍ଡାଇ କ୍ରେଟା ପ୍ରଥମେ ଷ୍ଟେସନ ପାଖରେ ଥିବା ବ୍ୟାରିକେଡ୍କୁ ଧକ୍କା ଦେଇଥିଲା। ଏହାପରେ ଏହା ସିଧା ଆସି ହଲ୍ରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା।
ସ୍ଥାନୀୟ ଲୋକମାନେ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍କୁ ନେଇଥିଲେ। ଏହି କାର୍ରେ ୫ ଜଣ ବ୍ୟକ୍ତି ଥିଲେ। ପୁଲିସ୍ ୨ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ୩ ଜଣ ଖସି ଯାଇଛନ୍ତି। ଡ୍ରାଇଭର୍ ଜଣଙ୍କ ଜଣେ ୧୯ ବର୍ଷୀୟ ଯୁବକ ବୋଲି ପୁଲିସ୍ କହିଛି। ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2D9Eeon
No comments:
Post a Comment