ଯେଉଁମାନଙ୍କୁ ଲୁଟ୍‌ କରିବାରୁ ରୋକାଗଲା ସେମାନେ ଗଠବନ୍ଧନ କରୁଛନ୍ତି; ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଯେଉଁମାନଙ୍କୁ ଲୁଟ୍‌ କରିବାରୁ ରୋକାଗଲା ସେମାନେ ଗଠବନ୍ଧନ କରୁଛନ୍ତି; ମୋଦି

ସିଲ୍‌ଭାସା: କୋଲକାତାରୁ ଶୁଭୁଥିବା ମୋଦି ବିରୋଧୀ ଗର୍ଜ୍ଜନର ଜବାବ ଦାଦ୍ରା ନଗର ହାବେଲୀରୁ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ସେ ବିରୋଧୀଙ୍କ ପରିକଳ୍ପିତ ‘ମହାଗଠବନ୍ଧନ’ ସମ୍ପର୍କରେ ଟିପ୍ପଣୀ ଦେଇ କହିଛନ୍ତି ଯେଉମାନଙ୍କର ଭାରତକୁ ଲୁଟିବାର ରାସ୍ତା ବନ୍ଦ କରିଦିଆଗଲା, ସେମାନେ ହିଁ ମହାଗଠବନ୍ଧନ ପାଇଁ ବ୍ୟାକୁଳ।

କୋଲକାତାଠାରେ ତୃଣମୂଳ କଂଗ୍ରେସ ଆୟୋଜିତ ବିରୋଧୀଙ୍କ ରାଲିର ଉତ୍ତରରେ ସେ ଦାଦ୍ରା ନଗର ହାବେଳୀର ରାଜଧାନୀ ସିଲଭାସାରୁ କହିଛନ୍ତି, ଦୁର୍ନୀତି ବିରୋଧରେ ମୋ ପଦକ୍ଷେପ କିଛି ଲୋକଙ୍କୁ ରଗାଇଦେଇଛି। କାରଣ ସେମାନଙ୍କୁ ଜନସାଧାରଣଙ୍କ ଅର୍ଥ ଲୁଟ୍‌ କରିବାରୁ ମୁଁ ରୋକିପାରିଛି। ସେମାନେ ହିଁ ମହାଗଠବନ୍ଧନ କରିଛନ୍ତି।

ପଶ୍ଚିମବଙ୍ଗରେ ଆମର ମାତ୍ର ଜଣେ ବିଧାୟକ ଅଛନ୍ତି। କିନ୍ତୁ ସେମାନେ ଭୟଭୀତ ହୋଇ ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଛନ୍ତି ବୋଲି ମୋଦି କହିଛନ୍ତି। ଗଣତନ୍ତ୍ରର କଣ୍ଠରୋଧ କରିଥିବା ଲୋକେ ଏହାକୁ ବଞ୍ଚାଇବା କଥା କହୁଛନ୍ତି। ଏହା ଦେଖି ଦେଶ ‘ୱାହ, କ୍ୟା ବାତ୍‌ ହୈ’ କହୁଛି ବୋଲି ସେ କହିଛନ୍ତି।



from Odisha Reporter http://bit.ly/2REEDIn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages