ପ୍ରିୟା ପ୍ରକାଶଙ୍କ ଉପରେ ଏହି କାରଣରୁ ଖପ୍ପା ହୋଇଛନ୍ତି ବୋନି କପୁର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ପ୍ରିୟା ପ୍ରକାଶଙ୍କ ଉପରେ ଏହି କାରଣରୁ ଖପ୍ପା ହୋଇଛନ୍ତି ବୋନି କପୁର୍‌

ମୁମ୍ବାଇ: ବଲିଉଡ୍‌ ‘ଚାନ୍ଦିନୀ’ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ଫ୍ୟାନ୍‌ସ୍‌ଙ୍କୁ ଯେପରି ସ୍ତବ୍ଧ କରି ଦେଇଥିଲା, ସ୍ୱାମୀ ତଥା ସାରା ପରିବାରଙ୍କ ଏହା ସେପରି ଅସହ୍ୟ ଥିଲା। ନିକଟରେ ଇଣ୍ଟରନେଟ୍‌ର ‘ୱିଙ୍କ୍‌ ସେନ୍‌ସେସନ୍‌’ ପ୍ରିୟା ପ୍ରକାଶଙ୍କ ଡେବ୍ୟୁ ବଲିଉଡ୍‌ ମୁଭି ‘ଶ୍ରୀଦେବୀ ବଙ୍ଗ୍‌ଲୋ’ର ଟ୍ରେଲର୍‌ ଦିବଙ୍ଗତ ଅଭିନେତ୍ରୀଙ୍କ ସ୍ୱାମୀ ତଥା ପରିବାରକୁ ଗଭୀର ଆଘାତ ଦେଇଛି।

କୁହାଯାଉଛି, ଏହି ଫିଲ୍ମରେ ଶ୍ରୀଦେବୀଙ୍କ ମୃତ୍ୟୁର ସିନ୍‌କୁ ଯେଭଳି ରଖାଯାଇଛି, ତାକୁ ତାଙ୍କ ସ୍ୱାମୀ ବୋନି କପୁର୍‌ ଓ ଦୁଇ ଝିଅ ଗ୍ରହଣ କରି ପାରିନାହାନ୍ତି।

ଫିଲ୍ମର ଟ୍ରେଲର୍‌ରେ ଥିବା ବାଥରୁମ୍‌ ସିନ୍‌ ଦେଖିବା ପରେ ବୋନି କପୁର,ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ର ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ ନିର୍ଦ୍ଦେଶକ ପ୍ରଶାନ୍ତ ମମ୍ବୁଲିଙ୍କ ବିରୋଧରେ ଲିଗାଲ୍ ନୋଟିସ୍‌ ପଠାଇଛନ୍ତି। କୁହାଯାଉଛି, ବୋନି କପୁର ଏତେ ଖପ୍ପା ହୋଇ ଯାଇଛନ୍ତି ଯେ ସେ ଏହି ଫିଲ୍ମକୁ ପୂରା ବନ୍ଦ କରିଦେବା ମୁଡ୍‌ରେ ଅଛନ୍ତି।

ସୂଚନା ଅନୁସାରେ, ବୋନି କପୁର ଏହି ଫିଲ୍ମର ପପୁଲାରିଟି ପାଇଁ ନିଜ ପତ୍ନୀଙ୍କ ନାଁ ବ୍ୟବହାର କରିବାକୁ ଚାହୁଁ ନ ଥିବାରୁ ଏହାକୁ ବନ୍ଦ କରିବା ପାଇଁ ଲିଗାଲ୍‌ ଆକ୍ସନ୍‌ ନେଇଛନ୍ତି।

ତେବେ ଫିଲ୍ମ୍‌ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ର ନିର୍ଦ୍ଦେଶକ ପ୍ରଶାନ୍ତ ମମ୍ବୁଲି ଏ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଶ୍ରୀଦେବୀ ଏକ କମନ୍‌ ନାଁ, ଆଉ ତାଙ୍କ ଫିଲ୍ମ ଏକ ସସେ୍ପନ୍ସ ଥ୍ରୀଲର୍।

ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ଯେ ବୋନିଙ୍କ ପାଇଁ ନିଜ ପତ୍ନୀଙ୍କ ମୃତ୍ୟୁର ସିନ୍‌ ଫିଲ୍ମ୍‌ରେ ଏଭଳି ଦେଖାଇବା ଅସହ୍ୟ। ତେଣୁ ଫିଲ୍ମକୁ ବନ୍ଦ ନ କରିବା ଯାଏ ସେ ଚୁପ୍‌ ବସିବେ ନାହିଁ। ଫିଲ୍ମ ନିର୍ମାଣ ପୂର୍ବରୁ ଶ୍ରୀଦେବୀଙ୍କ ନାଁ କିମ୍ବା ତାଙ୍କ ମୃତ୍ୟୁର ସିନ୍‌କୁ ଫିଲ୍ମରେ ରଖିବା ନେଇ ତାଙ୍କ ଠାରୁ ପରାମର୍ଶ ନିଆଯାଇ ନାହିଁ ବୋଲି ବୋନି ତାଙ୍କ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି। ତେବେ ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ର ଡାଇରେକ୍ଟର ଏହି ନୋଟିସ୍‌ ବିରୋଧରେ ଲଢ଼ିବେ ବୋଲି କହିଛନ୍ତି।



from Odisha Reporter http://bit.ly/2CyTSYM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages