ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ

dead

ବାସୁଦେବପୁର(କିରୀଟି ଦାସ): ଭଦ୍ରକ ଜିଲ୍ଲା ଚୁଡ଼ାମଣି ଗ୍ରାମରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଗେଲପୁର ଅଞ୍ଚଳର କୁଲୁ ଲେଙ୍କା (୪୦)।

ଗତକାଲି ବିଳମ୍ୱିତ ରାତିରେ କୁଲୁ ଅଟୋରେ ଭଦ୍ରକରୁ ଯାତ୍ରୀ ନେଇ ଚୁଡ଼ାମଣି ଅଞ୍ଚଳକୁ ଆସିଥିଲା। ଯାତ୍ରୀଙ୍କୁ ତାଙ୍କର ଗନ୍ତବ୍ୟସ୍ଥଳୀରେ ଛାଡ଼ିବା ପରେ ସେ ଅଟୋରେ ଏକୁଟିଆ ଫେରୁଥିଲେ। ହେଲେ ରାୟସାହି ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ଜୋରକୁ ଓଲଟି ପଡ଼ିଥିଲା।

ସେହି ରାସ୍ତା ଦେଇ ପୁଲିସ୍‌ ପାଟ୍ରୋଲିଂରେ ଯାଉଥିବା ସମୟରେ ଅଟୋଟି ଓଲଟି ପଡ଼ିଥିବା ଦେଖିଥିଲେ। ସଂଜ୍ଞାହୀନ ଅବସ୍ଥାର ଅଟୋ ଡ୍ରାଇଭରଙ୍କୁ ପୁଲିସ୍ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।



from Odisha Reporter http://bit.ly/2Mxhkdt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages