
ରାଇଗଡ଼: ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଆଉ ଏକ ଝଟ୍କା ଲାଗିବାକୁ ଯାଉଛି। ଆଲିବାଗଠାରେ ଥିବା ନିରବ ମୋଦିଙ୍କ ସମୁଦ୍ର ତଟରେ ଥିବା ୧୦୦ କୋଟି ଟଙ୍କାର ରାଜକୀୟ ବଙ୍ଗଳା ବେଆଇନ୍ ଭାବେ ନିର୍ମିତ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ଏହାକୁ ସ୍ଥାନୀୟ ପ୍ରଶାସନ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି।
ରାଇଗଡ଼ ଜିଲ୍ଲାପାଳ କହିଛନ୍ତି, “ ବଙ୍ଗଳାଟି ଏଠାରେ ବେଆଇନ୍ ଭାବେ ନିର୍ମାଣ ହୋଇଛି। ବଙ୍ଗଳା ନିର୍ମାଣ ବେଳେ କୋଷ୍ଟାଲ ରେଗୁଲେସନ୍ ଜୋନ୍(ସିଆର୍ଜେଡ୍)କୁ ଉଲ୍ଲଙ୍ଘନ କରାଯାଇଛି। ତେଣୁ ୭୦,୦୦୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ବଙ୍ଗାଳାକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି।”
ଏହି ବଙ୍ଗଳାଟି ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ଋଣ ନେଇଥିବା ନିରବ ମୋଦି ଓ ମେହୁଲ ଚୋକସିଙ୍କ ନାଁରେ ରହିଛି।
from Odisha Reporter http://bit.ly/2UhF9IT
No comments:
Post a Comment