ରବୀନ୍ଦ୍ର ଜେନାଙ୍କୁ ପୁଣି ଆଶ୍ୱସ୍ତି, ହେଲେ ସର୍ତ୍ତ ରଖିଲେ ହାଇକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ରବୀନ୍ଦ୍ର ଜେନାଙ୍କୁ ପୁଣି ଆଶ୍ୱସ୍ତି, ହେଲେ ସର୍ତ୍ତ ରଖିଲେ ହାଇକୋର୍ଟ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) ବହୁଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କୁ ହାଇକୋର୍ଟରୁ ପୁଣି ଥରେ ମିଳିଛି ଆଗୁଆ ଜାମିନ। ତେବେ ଏହି  ଆଗୁଆ ଜାମିନ ମଞ୍ଜୁର କରିବା ବେଳେ ଏକ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ମାମଲାର ତଦନ୍ତ କରୁଥିବା ଅଧିକାରୀ ତାଙ୍କୁ ଗିରଫ କଲେ ଜାମିନରେ ଛାଡ଼ିପାରିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ପୂର୍ବରୁ ମଧ୍ୟ ରବୀନ୍ଦ୍ରଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା।
 
ସିବିଆଇ ଏହି ମାମଲାରେ ସାଂସଦ ଜେନାଙ୍କୁ ଦୁଇ ଥର ଜେରା କରି ସାରିଛି। ଏପରିକି ସିବିଆଇ ତାଙ୍କ ଦିଲ୍ଲୀ ଓ ବାଲେଶ୍ୱର ସ୍ଥିତ ଘରେ ଚଢ଼ଉ କରିଥିଲା। କେବଳ ସିବିଆଇ ନୁହେଁ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଏକ୍ସସାଇଜ୍ (ସିବିଇସି) ଜେନାଙ୍କ ଓଟି ରୋଡ୍ ସ୍ଥିତ ଅଫିସ୍‌ ଓ ଓମ୍ ପାଇପ୍ ଫ୍ୟାକ୍ଟ୍ରିରେ ଚଢ଼ାଉ କରିଥିଲା। 
 
ପୂର୍ବରୁ ମଧ୍ୟ ବାଲେଶ୍ୱରର ବିଜେଡି ସାଂସଦ ରବୀନ୍ଦ୍ର ଜେନା ସି’ଶୋର କମ୍ପାନୀ ଠାରୁ ୧୮କୋଟି ଟଙ୍କା ନେବା ଅଭିଯୋଗରେ ସିବିଆଇରେ ହାଜର ହୋଇଥିଲେ। ରବୀନ୍ଦ୍ର ଜେନାଙ୍କ କମ୍ପାନୀ ବାଲେଶ୍ୱର ଆଲୟେଜ୍ ସିସୋର ସଂସ୍ଥାଠାରୁ ୧୮କୋଟି ଟଙ୍କା ନେଇଥିବା ଚର୍ଚ୍ଚା ହୋଇଥିଲା।


from Odisha Reporter http://bit.ly/2RlLT6N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages