ବିପର୍ଯ୍ୟୟ: କତାର ଓପନରୁ ଜୋକଭିଚ୍ ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ବିପର୍ଯ୍ୟୟ: କତାର ଓପନରୁ ଜୋକଭିଚ୍ ବିଦା

ଦୋହା: ବିଶ୍ୱର ଷ୍ଟାର ଟେନିସ୍ ତାରକା ନୋଭାକ୍ ଜୋକଭିଚ୍ କତାର ଓପନର ସେମିଫାନାଲ୍‌ରୁ ଅପ୍ରତ୍ୟାଶିତ ଭାବେ ବିଦାୟ ନେଇଛନ୍ତି। ତାଙ୍କୁ ବିଶ୍ୱର ୨୪ ନଂ ଖେଳାଳି ରବର୍ଟ ବାଉଟିଷ୍ଟା ଅଗୁଟ ସେମି ଫାଇନାଲ୍‌ରେ ୬-୩, ୬-୭ ଓ ୬-୪ ସେଟ୍‌ରେ ପରାସ୍ତ କରି କତାର ଓପନରୁ ବିଦା କରିଛନ୍ତି। ତେବେ ଏହି ମ୍ୟାଚ୍‌ରେ ଜୋକଭିଚ୍ ଏବଂ ରବର୍ଟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା।

ଦୀର୍ଘ ୨ ଘଣ୍ଟା ୩୦ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ରବର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଜୋକଭିଚ୍‌ଙ୍କୁ ପରାସ୍ତ କରିଦେଇଥିଲେ। ସ୍ପେନ୍‌ର ତାରକା ରବର୍ଟ କହିଛନ୍ତି, “ ମୁଁ କେବେ ହେଲେ ଏଭଳି ବିଜୟ ପାଇବି ବୋଲି ଆଶା କରି ନଥିଲି। ମୁଁ ସାରା ଜୀବନ ଏହାକୁ ମନେରଖିବି।”
ପରାଜୟ ପରେ ଜୋକଭିଚ୍ ନିଜର ହତାଶାଭାବ ପ୍ରକାଶ କରିଥିଲେ।



from Odisha Reporter http://bit.ly/2C0HMra

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages