
ନୂଆଦିଲ୍ଲୀ: ଋଣ ନେଇ ଫେରାଇ ନଥିବା ରିଲାଏନ୍ସ କମ୍ୟୁନିକେସନ୍ ଅଧ୍ୟକ୍ଷ ତଥା ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଆଜି ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ଋଣ ଫେରାଉ ନଥିବାରୁ ଅନୀଲ ଅମ୍ବାନୀଙ୍କୁ ଗିରଫ କରିବା ଦାବିରେ ସ୍ୱଦେଶ ଟେଲିକମ୍ ଇକ୍ୟୁପମେଣ୍ଟ କମ୍ପାନୀ ଏରିକ୍ସନ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି କୋର୍ଟ ଏହାର ଶୁଣାଣି କରି ଅନୀଲ ଅମ୍ବାନୀ ଏବଂ ଅନ୍ୟ କିଛି ସହଯୋଗୀଙ୍କୁ ଜବାବ ତଲବ କରିଛନ୍ତି।
ଅନୀଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ୧୧୮ କୋଟି ଟଙ୍କା ଦେବାକୁ ଚାହିଁଥିଲେ ହେଁ ଏରିକସନ୍ ଏହାକୁ ଗ୍ରହଣ କରି ନଥିଲା। ଏହାପରେ କୋର୍ଟ ଏହି ଅର୍ଥକୁ ରେଜିଷ୍ଟ୍ରେରିରେ ଜମା କରିବାକୁ କହିଥିଲେ।
ଏହାପରେ କୋର୍ଟ ଶ୍ରୀ ଅମ୍ବାନୀଙ୍କୁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ନାହିଁ, ତା’ର ଜବାବ ଆସନ୍ତା ୪ ସପ୍ତାହ ମଧ୍ୟରେ ଦେବାକୁ କହିଛନ୍ତି।
ଶ୍ରୀ ଅମ୍ବାନୀ ବ୍ୟକ୍ତିଗତ ଗ୍ୟାରେଣ୍ଟିରେ ୫୫୦ କୋଟି ଟଙ୍କାର ଋଣ ନେଇଥିଲେ। କିନ୍ତୁ ଏହାକୁ ଫେରସ୍ତ କରି ନଥିଲେ। ଏବେ ସେ ବିଦେଶ ପଳାୟନ କରିବାକୁ ଯୋଜନା କରୁଥିବା ଆଶଙ୍କା କରି ଏରିକ୍ସନ୍ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ପୂର୍ବରୁ ମଧ୍ୟ ଏରିକ୍ସନ୍ ସମାନ ଆବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେତେବେଳେ ଶ୍ରୀ ଅମ୍ବାନୀ ଠିକ୍ ସମୟରେ ଋଣ ଶୁଝିବେ ବୋଲି କହିବାରୁ ସୁପ୍ରିମକୋର୍ଟ ତାଙ୍କୁ ତାଗିଦ୍ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ହେଲେ ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ନଥିବାରୁ ଏରିକସନ୍ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବୋଲି କମ୍ପାନୀର ଓକିଲ ସୂଚନା ଦେଇଛନ୍ତି।
from Odisha Reporter http://bit.ly/2F9aLNH
No comments:
Post a Comment