ଭୁଲ୍‌ ହେଲା ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ଭୁଲ୍‌ ହେଲା ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ

pointing

ସିଡ୍‌ନୀ: ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ଟେଷ୍ଟ୍ ସିରିଜ୍ ଜିତିଛି ଭାରତ। ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆକୁ ମିଳିଛି ଏହି ସଫଳତା। ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଦଳ ଘରୋଇ ଟିମ୍‌କୁ ୨-୧ରେ ପରାସ୍ତ କରିଛି। ଏହି ସିରିଜ୍‌ରେ ତିନିଟି ଶତକ ଓ ଗୋଟିଏ ଅର୍ଦ୍ଧ-ଶତକ ମାରିଥିବା ଚେତେଶ୍ୱର ପୂଜାରାଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପ୍ରଦାନ କରାଯାଇଛି। ସେହିପରି ସିଡ୍‌ନୀରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୧୯୩ ରନ୍ କରିଥିବା ଯୋଗୁ ତାଙ୍କୁ ‘ମ୍ୟାନ୍ ଅଫ୍‌ ଦ ମ୍ୟାଚ୍‌’ ବି ପ୍ରଦାନ କରାଯାଇଛି। ଆଉ ଏହା ସହିତ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ଭବିଷ୍ୟବାଣୀ ଭୁଲ୍ ହୋଇଯାଇଛି।

ଏହି ଟେଷ୍ଟ୍ ସିରିଜ୍ ପୂର୍ବରୁ ପଣ୍ଟିଂ କହିଥିଲେ, ଦୁଇ ଟିମ୍ ମଧ୍ୟରୁ ଉସ୍‌ମାନ୍ ଖ୍ୱାଜା ସବୁଠୁ ଅଧିକ ରନ୍ କରିବେ। ସେ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ହେବେ। ରନ୍ ସଂଗ୍ରହ କ୍ଷେତ୍ରରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେବେ।

ଅନ୍ୟପକ୍ଷରେ ସିରିଜ୍‌ର ପରିସଂଖ୍ୟାନ ଦେଖିଲେ ଉସ୍‌ମାନ୍ ଖ୍ୱାଜା ବହୁ ପଛରେ ପଡ଼ି ଯାଇଛନ୍ତି। ପୂରା ସିରିଜ୍‌ରେ ସେ ମାତ୍ର ୧୯୮ ରନ୍ କରିଛନ୍ତି। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ସେ ୭୨ ରନ୍ କରିଥିଲେ। ଏହା ଥିଲା ସିରିଜ୍‌ରେ ତାଙ୍କର ଶ୍ରେଷ୍ଠ ପାଳି। ଏହି ମ୍ୟାଚ୍‌ରେ ଦୁଇଟି ଇନିଂସ୍‌ରେ ମିଶି ସେ ମୋଟ ୭୫ ରନ୍ କରିଥିବା ବେଳ ପ୍ରଥମ ମ୍ୟାଚ୍‌ରେ ୩୬ ଓ ତୃତୀୟ ମ୍ୟାଚ୍‌ରେ ୫୪ ରନ୍ କରିଥିଲେ। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୨୭ ରନ୍ କରିଥିଲେ।

ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ସିରିଜ୍‌ରେ ମୋଟ ୨୮୨ ରନ୍ କରିଥିଲେ। ଏଥିରେ ଗୋଟିଏ ଶତକ ରହିଛି। ପର୍ଥ ଟେଷ୍ଟରେ ସେ ଏହି ଶତକ ମାରିଥିଲେ। ସେ ୧୨୩ ରନ୍ କରିଥିଲେ। ଅନ୍ୟପକ୍ଷରେ ପୂଜାରା ସିରିଜ୍‌ରେ ଭଲ ଖେଳି ୫୨୧ ରନ୍ କରିଥିଲେ। ସେ ସମସ୍ତଙ୍କଠାରୁ ଅଧିକ ରନ୍ କରିଥିଲେ। ଏହା ପଣ୍ଟିଂଙ୍କ ପାଇଁ ଏକ ଝଟକା। କାରଣ ସେ ପୂଜାରାଙ୍କୁ ଗଣତି କରି ନଥିଲେ।

ପଣ୍ଟିଂଙ୍କ ଆଉ ଏକ ଭବିଷ୍ୟତବାଣୀ ମଧ୍ୟ ଭୁଲ୍ ସାବ୍ୟସ୍ତ ହୋଇଛି। ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସ୍‌ରେ ପୂଜାରା ଧୀମା ଖେଳିଥିଲେ। ସେ ୩୧୯ଟି ବଲ୍‌ରେ ୧୦୬ ରନ୍ କରିଥିଲେ। ଏହା ଭାରତ ପାଇଁ ଭାରି ପଡ଼ିବ ବୋଲି ପଣ୍ଟିଂ କହିଥିଲେ। କିନ୍ତୁ ସେମିତି କିଛି ହେଲାନି। ଭାରତ ଏହି ଟେଷ୍ଟକୁ ୧୩୭ ରନ୍‌ରେ ଜିତିଥିଲା।



from Odisha Reporter http://bit.ly/2FfG2xn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages