
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଆ ହେଉଛି ପିଲାର ପ୍ରଥମ ଶବ୍ଦ। ମାଆ ନିଜର ସ୍ନେହ ଓ ଭଲପାଇବାର ପଣତରେ ଘୋଡ଼ାଇ ଆମକୁ ଦୁନିଆର ସମସ୍ତ ଦୁଖଃ କଷ୍ଟରୁ ଦୂରେଇ ରଖେ। ମାତୁତ୍ୱର କୌଣସି ବିକଳ୍ପ ନାହିଁ। କୁହାଯାଏ ମାଆ କେବେ ଆପଣା ଓ ପର ଦେଖେ ନାହିଁ। ସେ କେବଳ ମମତା ବାଣ୍ଚି ଜାଣେ। ଏହା କେବଳ ମଣିଷ ପକ୍ଷେ ନୁହେଁ ବରଂ ସବୁ ପ୍ରଜାତିରେ ପ୍ରାଣୀଙ୍କ ଲାଗି ପ୍ରଯୁଜ୍ୟ।
ନିକଟରେ ଏକ ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ ଗାଈ ୪ଟି ଛୋଟ ଛୋଟ କୁକୁର ଛୁଆଙ୍କୁ କ୍ଷୀର ପିଆଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଅନେକ ଲୋକଙ୍କ ହୃଦୟକୁ ଛୁଇଁଛି। ଏକ ଶିଶୁ ପାଇଁ ସବୁଠୁ ଶ୍ରେଷ୍ଠ ଖାଦ୍ୟ ହୋଇଥାଏ ମାଆ କ୍ଷୀର। ଆଉ ଯିଏ ମାଆର କ୍ଷୀର ପାଏ ନାହିଁ, ତା’ପାଇଁ ଶ୍ରେଷ୍ଠ ହେଉଛି ଗୋ ଦୁଗ୍ଧ ବା ଗାଈକ୍ଷୀର।
ତେଣୁ ହିନ୍ଦୁ ଧର୍ମରେ ଗାଈକୁ ମାତୃତୁଲ୍ୟ ସମ୍ମାନ ଦିଆଯାଇଛି।
ଭିଡିଓରେ ଥିବା କୁକୁର ଛୁଆଗୁଡ଼ିକଙ୍କ ମା’ର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟ ହୋଇଯାଇଛି। ଆଉ ଏହି ମାଆ ଛେଉଣ୍ଡ ଛୁଆଗୁଡ଼ିକୁ ଗାଈ ଆପଣାଇ ନେଇ ନିଜ ପିଲା ପରି କ୍ଷୀର ପିଆଉଛି।
ଆଜି ଯେଉଁଠି ମଣିଷ ମାଆର ମମତା ବୁଝିପାରୁନି, ସେଇଠି ଏହି ପଶୁ ମମତାର ମୂଲ୍ୟ ବୁଝିପାରିଛି।ଏହି ଭିଡିଓଟିକୁ ଲୋକେ ଅନେକ ପସନ୍ଦ କରୁଛନ୍ତି। ଜଣାଇ ଦେବାକୁ ଚାହୁଁ ଭିଡିଓଟିକୁ ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ୍ ଟାଇମ୍ସ ସୋଶାଲ୍ ମିଡିଆରେ ଅପଲୋଡ୍ କରିଛି। ଭିଡିଓଟିକୁ ଅନେକ ଲୋକ ଲାଇକ୍ ଓ ସେୟାର ମଧ୍ୟ କରିଛନ୍ତି।
ଭିଡିଓ ସୌଜନ୍ୟ: hindustantimes
from Odisha Reporter http://bit.ly/2se7zrk
No comments:
Post a Comment