
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋବାଇଲରେ ଗେମ୍ ଖେଳିବା ନେଇ ମାଆ ତାଗିଦ୍ ପରେ ୧୨ ବର୍ଷର ପୁଅ ଆତ୍ମହତ୍ୟା କରିଦେଇଛି। ମୃତକ ହେଉଛନ୍ତି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡରେ କାର୍ଯ୍ୟରତ ଏସିପି ସଞ୍ଜୀବ ଶତପଥୀଙ୍କ ପୁଅ ଆୟୁଷ୍ମାନ ଶତପଥୀ।
ସପ୍ତମ ଶ୍ରେଣୀରେ ପଢୁଥିବା ଆୟୁଷ୍ମାନଙ୍କ ଆତ୍ମହତ୍ୟା ପରେ ସେ ମୋବାଇଲ୍ରେ କେଉଁ ଗେମ୍ ଖେଳୁଥିଲେ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମାଆଙ୍କ ତାଗିଦ୍ ନା ଘାତକ ଗେମ୍ ତାଙ୍କ ଜୀବନ ନେଲା, ନା ୟା ପଛରେ ଆଉ କିଛି ରହସ୍ୟ ରହିଛି, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ରାତି ଅଧରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି ଆୟୁଷ୍ମାନ। ଗତକାଲି ବିଳମ୍ବିତ ରାତି ଯାଏ ମୋବାଇଲରେ ଭିଡିଓ ଗେମ୍ ଖେଳୁଥିଲେ। ଏହା ଦେଖିବା ପରେ ମାଆ ତାଙ୍କୁ ତାଗିଦ କରିବା ସହ ପୁଅ ଓ ବଡ଼ଝିଅକୁ ଅଲଗା ଅଲଗା ରୁମକୁ ପାଠ ପଢ଼ିବା ପାଇଁ ପଠାଇ ଦେଇଥିଲେ। ଭଉଣୀ ଅନ୍ୟରୁମକୁ ଯିବା ପରେ ନିଜ ରୁମର ଲାଇଟ ଲିଭାଇ ଏକ ଜିନ୍ସ ପ୍ୟାଣ୍ଟକୁ ବେକରେ ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିଲେ ଆୟୁଷ୍ମାନ।
ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ଆୟୁଷ୍ମାନ ଭିଡିଓ ଗେମ୍ ଖେଳୁଥିବା ବେଳେ ଆମେରିକାରୁ ତାଙ୍କ ଫୋନକୁ ଏକ କଲ୍ ଆସିଥିବା କୁହାଯାଉଛି। ଏହାକୁ ନେଇ ସେ ବାପାଙ୍କୁ ଜଣାଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଆୟୁଷ୍ମାନ କେଉଁ ଗେମ୍ ଖେଳୁଥିଲେ ? ଗେମ୍ ଓ ଫୋନ କଲ୍ ସହ ତାଙ୍କ ମୃତ୍ୟୁର କୌଣସି ଲିଙ୍କ୍ ଅଛି କି ? ଆୟୁଷ୍ମାନ ମୋବାଇଲ୍ରେ ମାରାତ୍ମକ ମୃତ୍ୟୁର ଗେମ୍ ଖେଳୁନଥିଲେ ତ ? ଏନେଇ ପରିବାର ଲୋକ କି ପୁଲିସ କୌଣସି ସୂଚନା ଦେବାକୁ ମନା କରିଛନ୍ତି। ପୁଲିସ ସମ୍ପୃକ୍ତ ମୋବାଇଲକୁ ଜବତ କରିଛି। ତେବେ ମନସ୍ତତ୍ୱବିତ୍ କହିଛନ୍ତି, ଏଭଳି ଘଟଣା ପାଇଁ ନିଃସଙ୍ଗତା ଏକ କାରଣ ହୋଇପାରେ।
from Odisha Reporter http://bit.ly/2Vyz9gD
No comments:
Post a Comment