
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳର ଜଣେ ନାବାଳିକାଙ୍କୁ ରାଜ୍ୟ ବାହାରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ବର୍ଷେ ତଳେ ୫୦ ହଜାର ଟଙ୍କାରେ ଦଲାଲ ୧୦ ବର୍ଷର ନାବାଳିକାଙ୍କୁ ବିକ୍ରି କରିଥିବା ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ କହିଛନ୍ତି। ନାବାଳିକାଙ୍କ ଘର ସଦର ଥାନା ଦାମଦରନାଳୀ ଗାଁରେ। ନାବାଳିକାଙ୍କୁ ଗୋଆରେ ବିକ୍ରି କରାଯାଇଥିବା ସେ କହିଛନ୍ତି।
ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ନାବାଳିକାଙ୍କ ବାପା ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଘଟଣାରେ ଜେଲ୍ରେ ଏବେ ଅଛନ୍ତି। ନାବାଳିକା ବିକ୍ରି ସମ୍ପର୍କରେ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅବଗତ କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରିବାକୁ ପୁଲିସ ଚେଷ୍ଟା ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।
from Odisha Reporter http://bit.ly/2QoBXcp
No comments:
Post a Comment