ଆକ୍ରମଣ କରି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟିନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ଆକ୍ରମଣ କରି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟିନେଲେ

କଲ୍ୟାଣସିଂହପୁର/କୋଣାର୍କ (ମାଉଡି ବାରିକ ଓ ସଞ୍ଜୟ ପତି): ଫାଇନାନ୍ସ କମ୍ପାନୀ କର୍ମଚାରୀମାନେ ଟଙ୍କା ଧରି ଫେରୁଥିବା ବେଳେ ଝାମ୍ପି ନେଲେ। ଆଜି ଏମିତି ଘଟଣା ପୁରୀ ଜିଲ୍ଲାର କୋଣାର୍କ ଓ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଆଜି ‘ଆରୋହଣ’ ନାମକ ଏକ ଫାଇନାନ୍ସ କମ୍ପାନୀର ଦୁଇ କର୍ମଚାରୀ ୩ ଲକ୍ଷ ୧୦ ହଜାର ଟଙ୍କା ଆଦାୟ କରି ଅଫିସ୍‌ ଫେରୁଥିଲେ। ତେବେ ବାଜପୁର-କାକଟପୁର ରାସ୍ତାର ବାଜପୁର ବିଅର ବାର୍‌ ନିକଟରେ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇ ମାଡ଼ ମାରିଥିଲେ। ପରେ ଗୁଳି ଚଳାଇ ସମସ୍ତ ଟଙ୍କା ଲୁଟି ନେଇଥିଲେ। ଏନେଇ ସେମାନେ କାକଟପୁର ଥାନାରେ ଅଭିଯୋଗ କରିଛନ୍ତି।

ସେହିପରି ‘ସ୍ପନ୍ଦନ’ ନାମକ ଏକ ଚିଟ୍‌ଫଣ୍ଡ ସଂସ୍ଥାର କର୍ମଚାରୀ ସିନ୍ମୟ ପାଣି ଶିକରାପାଇ ଅଞ୍ଚଳରୁ ୫୦ ହଜାର ଟଙ୍କା ଆଦାୟ କରି ରାୟଗଡ଼ା ଫେରୁଥିଲେ। କଲ୍ୟାଣସିଂହପୁର ଥାନା ଧମଲିମା ନିକଟରେ ୩ ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କୁ ଛୁରା ମାଡ଼ କରି ଟଙ୍କା ଲୁଟି ନେଇଯାଇଥିଲେ। ସ୍ଥାନୀୟ ଲୋକେ ସିନ୍ମୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଦୁଇଟି ଯାକ ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।



from Odisha Reporter http://bit.ly/2QwxlRq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages