
ନୂଆଦିଲ୍ଲୀ: କ୍ଲୋଇ ସ୍ମିଥ୍ ୟୁକେରେ ରହୁଥିଲେ ଏବଂ ତାଙ୍କ ବୟଫ୍ରେଣ୍ଡ ଡେନିୟଲ୍ ମୈରିସ୍କୋ ଇଟାଲୀରେ । ଦୁହିଁଙ୍କର ପ୍ରଥମ ଭେଟ ହୋଇଥିଲା ଇବିସାର ନାଇଟ୍ କ୍ଲବରେ। ପ୍ରଥମ ଦେଖାରୁ ଦୁହେଁ ପରସ୍ପରକୁ ଭଲପାଇ ଯାଇଥିଲେ। ପ୍ରଥମ ଦେଖାରୁ ଉଭୟ ପରସ୍ପରକୁ ମନ ଦେଇ ବସିଥିଲେ କିନ୍ତୁ ପ୍ରେମରେ ବାଧକ ସାଜୁଥିଲା ଭାଷା। କାରଣ ଝିଅକୁ ଇଂଲିଶ୍ ଆସୁଥିବା ବେଳେ ପୁଅକୁ ଇଟାଲିଆନ୍ ଆସୁଥିଲା।
ଫଳରେ ଦୁହେଁ ପରସ୍ପର ସହ ଠିକ୍ ଭାବେ କଥା ହୋଇପାରୁ ନ ଥିଲେ। କିନ୍ତୁ ଦୁଇ ବର୍ଷ ପରେ ଏହି କପଲ୍ ଆଜି ଏକାଠି ହୋଇଛନ୍ତି। ଆଉ ତାଙ୍କ ଭଲ ପାଇବାକୁ ମଜବୁତ୍ କରିଛି ଗୁଗଲ୍ ଟ୍ରାନ୍ସଲେଟ୍ (Google Translate)।
କ୍ଲୋଇଙ୍କ କହିବା ଅନୁଯାୟୀ, ଡେନିୟଲ୍ଙ୍କ ଭିତରେ କିଛି ଖାସ୍ ଅଛି। ଏକଥା ସତ ଯେ ଆମେ ଦୁହେଁ ଦୁହିଁଙ୍କର ଭାଷା ଜାଣିନୁ। ତଥାପି କିଛି ଫରକ ପଡେନି। ମୋର ପୂର୍ବରୁ କୌଣସି ବାହାର ଦେଶର ବୟଫ୍ରେଣ୍ଡ ନ ଥିଲେ। କିନ୍ତୁ ମତେ ଜଣାଥିଲା ଯେ ସେ ଦିନେ ନା ଦିନେ ମୋ ଭାଷା ଶିଖିଯିବେ। କେବେ କେବେ ଭଲ ପାଇବାରେ ଏସବୁ କରିବାକୁ ପଡେ। ପରସ୍ପରକୁ ଚିହ୍ନିବାର ବର୍ଷେ ହୋଇଥିଲା ମୁଁ ତାଙ୍କ ସହ ବର୍ସିଲୋନା ଯାଇଥିଲି। ସେତେବେଳେ ଲୋକ ମତେ ପାଗଳ ଭାବିଲେ। କିନ୍ତୁ ମୁଁ ହିଁ ଜାଣିଥିଲି ସେଇଟା ମୋ ଜୀବନର ସବୁଠୁ ଭଲ ନିଷ୍ପତ୍ତି ଥିଲା।
କ୍ଲୋଇ ଏବଂ ଡେନିୟଲ୍ଙ୍କ କ୍ଷେତ୍ରରେ କ୍ଲୋଇ ପ୍ରଥମେ ଡେନିୟଲ୍ଙ୍କୁ ପ୍ରେମ ନିବେଦନା କରିଥିଲେ। ଏହାପରେ ଉଭୟ ଗୁଗଲ୍ ଚ୍ରାନ୍ସଲେଟ୍ କରି କଥା ହେଉଥିଲେ।
ଏବେ ଧିରେ ଧିରେ କ୍ଲୋଇ ଏବଂ ଡେନିୟଲ୍ଙ୍କ ମଧ୍ୟରେ ଭାଷାର ଦୂରତା କମିଯାଇଛି। କ୍ଲୋଇଙ୍କ କହିବା ଅନୁଯାୟୀ, ଏବେ ଦୁହେଁ ଦୁହିଁଙ୍କର ଭାଷାକୁ କିଛି ମାତ୍ରାରେ ଶିଖି ଗଲେଣି। ଦୁହେଁ ଏବେ ଲଣ୍ଡନ୍ର ଷ୍ଟ୍ରିଥମ୍ରେ ରହୁଛନ୍ତି ଏହି ହାପି କପଲ୍। ସେଠାରେ କ୍ଲୋଇ ଜଣେ ମେକଅପ୍ ଆର୍ଟିଷ୍ଟ ଥିବାବେଳେ, ଡେନିୟଲ୍ ଏକ ଇଟାଲିୟନ୍ ରେଷ୍ଟୁରାଣ୍ଟରେ ବାର ୱେଟର୍ ଭାବେ କାମ କରନ୍ତି।
from Odisha Reporter http://bit.ly/2VIqrwr
No comments:
Post a Comment