ନବୀନ ନିବାସ ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା, ମୁଖ୍ୟମନ୍ତ୍ରୀଙ୍କୁ ଚୁଡ଼ି ଭେଟିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ନବୀନ ନିବାସ ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା, ମୁଖ୍ୟମନ୍ତ୍ରୀଙ୍କୁ ଚୁଡ଼ି ଭେଟିଦେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ସହ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚୂଡ଼ି ଭେଟି ଦିଆଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଦୀର୍ଘ ୧୯ବର୍ଷ ଧରି ରାଜ୍ୟରେ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ଅସମ୍ମାନ କରିଚାଲିଛି। ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଆଜି ଅସୁରକ୍ଷିତ,ନିଷ୍ପେସିତ ଓ ଅସମ୍ମାନିତ। ପିପିଲି ଗଣଦୁ୍ଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତଥ୍ୟ ପ୍ରମାଣ ଅଭାବରୁ ଦୋଷୀ ନିର୍ଦ୍ଦୋଷରେ ଖଲାସ ହେବା ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ନୀତିକୁ ପ୍ରମାଣିତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ,କ୍ରାଇମବ୍ରାଞ୍ଚର ନିଷ୍କ୍ରିୟତା, ମହିଳା ବିରୋଧୀ ବୟାନ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ଓ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଥିଲା ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

ଦଳର ଶତାଧିକ ମହିଳା କର୍ମୀ ଓ ନେତ୍ରୀ ନବୀନ ନିବାସ ଘେରାଉ କରିବାକୁ ଯିବା ସମୟରେ ଏୟାରପୋର୍ଟ ଟ୍ରାଫିକ ଛକ ନିକଟରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ପୁଲିସ ସହ ଧସ୍ତାଧସ୍ତି ହେବା ପରେ ସେଠାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରାଯାଇଥିଲା। ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢ଼ି ଚାଲିଥିବା ନିର୍ଯାତନା ଓ ଗଣଦୁଷ୍କର୍ମ ଘଟଣା ଆଦିରୁ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପ୍ରତି କେତେ ଉଦାର ଅଛନ୍ତି ତା’ର ପ୍ରମାଣ ମିଳିସାରିଲାଣି। ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ ଆସିଲା ପରେ ମନ୍ତ୍ରୀ ମହାରଥୀ ଯେଉଁଭଳି ବୟାନବାଜି କଲେ ତାହା ସମଗ୍ର ମହିଳା ଜାତିକୁ ଅପମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ବଳାକ୍ରାରୀମାନଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି। ବିଜେଡି ସରକାରର ପ୍ରୋତ୍ସାହନରେ ରାଜ୍ୟରେ ମହିଳାମାନେ ବିଭିନ୍ନ ଅତ୍ୟାଚାରର ଶିକାର ହେଉଛନ୍ତି। ଶାସକ ଦଳର ନେତା ଓ ମନ୍ତ୍ରୀମାନେ ମହିଳା ସମାଜ ପ୍ରତି ବାରମ୍ବାର ଅସମ୍ମାନ କରିଚାଲିଛନ୍ତି। ଏହାପରେ ବି ନବୀନବାବୁ ସବୁ ଜାଣି ଯଦି ଚୁପ୍ ରହିବେ, ତା’ହେଲେ ରାଜ୍ୟରେ ଶାସନ ନକରି ଚୁଡ଼ି ପିନ୍ଧି ଘରେ ବସନ୍ତୁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

ଏହି ପ୍ରତିବାଦ ସଭାରେ ମହିଳା ମୋର୍ଚ୍ଚାର ଲେଖାଶ୍ରୀ ସାମନ୍ତସିଂହାର, ସ୍ମୃତି ପଟ୍ଟନାୟକ, ନିୟତି ଗିରି, ରଶ୍ମୀରେଖା ଦାସ, ନିରୁପମା ଜେନା, ବିଜୟଲକ୍ଷ୍ମୀ ମହାପାତ୍ର, ତନୁଶ୍ରୀ ପଟେଲ, ନିରୁପମା ଦାସ, ସୁଭାସିନୀ ପୃଷ୍ଟି,ଉନ୍ନତି ପରିଡ଼ା ସମେତ ଶତାଧିକ ମହିଳା ସାମିଲ ହୋଇଥିଲେ।



from Odisha Reporter http://bit.ly/2GRns17

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages