ବିଜେଡି ପ୍ରାର୍ଥୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ବିଜେଡି ପ୍ରାର୍ଥୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ !

bjd

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ପ୍ରାୟ ୪ମାସ ବାକି ଥିବାବେଳେ ଶାସକ ବିଜେଡି ଏବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଏକ ତାଲିକା ପ୍ରସ୍ତୁତ କରିଛି। ପ୍ରାୟ ୮୦ଟି ଆସନକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ତାଲିକାକୁ ଏବେ ଚୂଡ଼ାନ୍ତ ରୂପ ଦେବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଆଗୁଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଜାରି କରିବା ନିମନ୍ତେ କଂଗ୍ରେସ ବହୁ ପୂର୍ବରୁ ଘୋଷଣା କରି ବିଫଳ ହୋଇଥିବାବେଳେ ବିଜେଡି ଆଗାମୀ ନିର୍ବାଚନ ପାଇଁ ଫେବୃୟାରୀ ମାସ ସୁଦ୍ଧା ନିଜର ପ୍ରଥମ ପର୍ଯ୍ୟାୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସାର୍ବଜନୀନ କରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡି ପକ୍ଷରୁ ବିଭିନ୍ନ ପର୍ଯ୍ୟାୟର ସର୍ଭେ ରିପୋର୍ଟ ଆଧାରରେ ବିଜୟ ସୁନିଶ୍ଚିତ ଥିବା ଆସନଗୁଡ଼ିକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ହୋଇଛି। ଏହି ତାଲିକାକୁ ଗତ ସପ୍ତାହରେ ତୃତୀୟ ମହଲାର ଗ୍ରୀନ୍ ସିଗନାଲ ମିଳିବା ପରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏବେ ଗୁଇନ୍ଦା ବିଭାଗକୁ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।

ତୃତୀୟ ମହଲାର ଜଣେ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ପ୍ରକ୍ରିୟା କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି। ଦଳର ସ୍ଥିତି ଦୁର୍ବଳ ଥିବା ୫ଟି ଜିଲ୍ଲା ଯଥା-ସୁନ୍ଦରଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର ଓ କେନ୍ଦୁଝର ଜିଲ୍ଲାକୁ ଛାଡ଼ି ବାକି ୨୫ଟି ଜିଲ୍ଲାରୁ ଏହି ପ୍ରାର୍ଥୀଙ୍କ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେଉଁ ଆଧାରରେ ପ୍ରସ୍ତୁତ ହୋଇଛି ତା’ର ବିସ୍ତୃତ ରୂପରେଖ ସୂଚନା ମିଳିନଥିଲେ ମଧ୍ୟ ପ୍ରତ୍ୟେକ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ସଂଗ୍ରହ କରିବାକୁ ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ତୃତୀୟ ମହଲାର ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଓ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପର୍କରେ ଆଭାସ ମିଳିବା ପରେ ଦଳର କିଛି ବିବାଦୀୟ ତଥା ନନ- ପରଫର୍ମର ନେତା ଏବେ ନିଜ ନିଜର ପ୍ରାର୍ଥୀତ୍ୱକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ତେବେ ବିଜେଡି ସୂତ୍ର ଅନୁସାରେ ଗୁଇନ୍ଦା ବିଭାଗକୁ ଜାନୁୟାରୀ ୧୫ତାରିଖ ସୁଦ୍ଧା ରିପୋର୍ଟ ମିଳିବା ପରେ ଚୂଡ଼ାନ୍ତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଆଧାରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରାଯିବ। ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାନୁୟାରୀ ଶେଷ ଭାଗରୁ ଜିଲ୍ଲାୱାରି ଗସ୍ତ କରିବେ। ବିଶେଷକରି ଯେଉଁ ସବୁ ସିଟ୍ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସ୍ଥିର କରାଯାଇଥିବ ସେହି ନିର୍ବାଚନମଣ୍ଡଳୀରେ ହିଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରାଯିବ। ଦଳର ନିର୍ବାଚନୀ ରଣନୀତି ଆଧାରରେ ଫେବୃୟାରୀ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସରିବ ବୋଲି ଜଣାପଡ଼ିଛି।

ଯେଉଁ ୫ଟି ଜିଲ୍ଲାରେ ବିଜେଡି ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଛି ସେଠାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟତର ହେବା ପାଇଁ ଦଳ ପ୍ରୟାସ ଆରମ୍ଭ କରିଛି। ଏସବୁ ଜିଲ୍ଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆଧାରରେ ମହିଳା ଏସଏଚଜି କର୍ମଶାଳା, ନିର୍ମାଣ ଶ୍ରମିକ କର୍ମଶାଳା, ଯୁବ ବିଜେଡିର ଜୋନାଲସ୍ତରୀୟ ସମ୍ମିଳନୀ ଓ କୃଷକ ସମାବେଶ ଆଦି ମାଧ୍ୟମରେ ଦଳ ସପକ୍ଷରେ ବାତାବରଣ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ସେସବୁ ଜିଲ୍ଲାରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ସୂଚନା ମିଳିଛି।



from Odisha Reporter http://bit.ly/2LGTgo6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages