ଟିମ୍‌ ଇଣ୍ଡିଆ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଟିମ୍‌ ଇଣ୍ଡିଆ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ ହାସଲ କରି ୨-୧ରେ ଟେଷ୍ଟ ସିରିଜ୍‌ ଜିତିଥିବା ଟିମ୍‌ ଇଣ୍ଡିଆର ଖେଳାଳି, କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ଆଜି ବିସିସିଆଇ ପୁରସ୍କାର ରାଶି ଘୋଷଣା କରିଛି।

ବିସିସିଆଇ ପକ୍ଷରୁ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ ଖେଳାଳିମାନେ ପୂର୍ବରୁ ମ୍ୟାଚ୍‌ ଫି ବାବଦରେ ଯେତିକି ଟଙ୍କା ପାଉଥିଲେଏବେ ତାହା ସହ ସମ ପରିମାଣର ବୋନସ୍‌ ମିଳିବ।

ଅର୍ଥାତ ଯେଉଁ ଖେଳାଳିମାନେ ଚୂଡ଼ାନ୍ତ ଏକାଦଶରେ ଥିଲେ ସେମାନଙ୍କୁ ପ୍ରତି ମ୍ୟାଚ୍‌ ପିଛା ୧୫ ଲକ୍ଷ ଓ ରିଜର୍ଭ ଖେଳାଳିଙ୍କୁ ୭.୫ଲକ୍ଷ ଟଙ୍କାର ବୋନସ ମିଳିବ। ସେହିପରି କୋଚମାନଙ୍କୁ ୨୫ ଲକ୍ଷ ଟଙ୍କା ମିଳିବ। ଏଥିସହ ସର୍ପଟସପୋର୍ଟ ଷ୍ଟାଫ୍‌ଙ୍କୁ ସେମାନଙ୍କୁ ମ୍ୟାଚ୍‌ ପିଛା ମିଳୁଥିବା ଟଙ୍କା ସହ ସମ ପରିମାଣର ବୋନସ୍‌ ଦିଆଯିବ।

ଭାରତ ଦୀର୍ଘ ୭୨ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ଟେଷ୍ଟ୍‌ ସିରିଜରେ ପରାସ୍ତ କରିଛି। ଏଥିସହ ପ୍ରଥମ ଏସିଆ ଦେଶ ଭାବେ ଅଷ୍ଟ୍ରେଲିଆକୁ ଭାରତ ତା’ ମାଟିରେ ହରାଇବାର କୀର୍ତ୍ତିମାନ ସ୍ଥାପନ କରିଛି।



from Odisha Reporter http://bit.ly/2LXnPGp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages