
ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଓ କ୍ରମାଗତ ବିରୋଧ ସତ୍ତ୍ୱେ ଲୋକସଭାରେ ଆଜି ବାହାର ଦେଶର ଅଣ ମୁସଲିମ୍ ଶରଣାର୍ଥୀଙ୍କୁ ଭାରତରେ ନାଗରିକତ୍ୱ ପ୍ରଦାନ ପାଇଁ ଉର୍ଦ୍ଦିଷ୍ଟ ନାଗରିକତ୍ୱ ସଂଶୋଧନ ବିଲ୍ ଆଜି ଲୋକସଭାରେ ପାସ୍ ହୋଇଛି।
ଆଜି ବିଲ୍ ସମ୍ପର୍କରେ ଲୋକସଭାରେ ବିଲ୍ ଉପରେ ବିତର୍କ ଚାଲିଥିବା ବେଳେ କଂଗ୍ରେସ ଓ ବାମପନ୍ଥୀ ଦଳର ସାଂସଦମାନେ ଏହାକୁ ବିରୋଧ କରିଥିଲେ। ଏଥିସହ ବିଜେପିର ଉତ୍ତର ଭାରତର ସହଯୋଗୀମାନେ ଏଭଳି ବିଲ୍କୁ ସମ୍ବିଧାନ ବିରୋଧୀ କହି ପ୍ରତିବାଦ କରିଥିଲେ। ହେଲେ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରାକରଙ୍କ ସଂଖ୍ୟା ଗରିଷ୍ଠତା ଥିବାରୁ ଏହା ପାସ୍ ହୋଇଥିଲା।
ଧାର୍ମିକ ନିର୍ଯାତନା ସହି ନପାରି ୨୦୧୪ ଡିସେମ୍ବର ୩୧ ମଧ୍ୟରେ ପାକିସ୍ତାନ, ବାଂଲାଦେଶ ଓ ଆଫ୍ଗାନିସ୍ତାନରୁ ଭାରତକୁ ଚାଲି ଆସିଥିବା ହିନ୍ଦୁ, ଶିଖ୍,ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ୍ ସଂପ୍ରଦାୟଙ୍କୁ ନୂଆଦିଲ୍ଲୀ ପକ୍ଷରୁ ନାଗରିକତ୍ୱ ପ୍ରଦାନ କରାଯିବ। ଆସାମରେ ଏହାରୁ ଅଧିକ ବିରୋଧ କରାଯାଉଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏହି ନିୟମ କେବଳ ଆସାମ ପାଇଁ ନୁହେଁ। ସମଗ୍ର ଦେଶରେ ଏହା ଲାଗୁ ହେବ। ଯାହା ବି କରାଯାଇଛି ଉତ୍ତରପୂର୍ବ ରାଜ୍ୟ ଓ ଆସାମର ସ୍ୱାର୍ଥକୁ ଦୃଷ୍ଟିରେ ରଖାଯାଇ କରାଯାଇଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଆଜି ଏହି ବିଲ୍କୁ ବିରୋଧ କରି ଉତ୍ତରପୂର୍ବ ରାଜ୍ୟ ସମୂହ ଓ ଆସାମରେ ବନ୍ଦ ପାଳନ କରାଯାଉଛି।
from Odisha Reporter http://bit.ly/2VCDyPC
No comments:
Post a Comment