ଠାକୁରଙ୍କ ହୁଣ୍ଡି ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ଠାକୁରଙ୍କ ହୁଣ୍ଡି ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା (ବଳରାମ ଲେଙ୍କା): ଚୋରଙ୍କ ସାହସ ମାନିବାକୁ ପଡ଼ିବ। ରାସ୍ତାଘାଟରେ ଯାଉଥିବା ଲୋକଙ୍କଠାରୁ ଦୁର୍ବୃତ୍ତମାନେ ଲୁଟୁଥିଲେ। ଏବେ କିନ୍ତୁ ଠାକୁରଙ୍କ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ବିଳମ୍ୱିତ ରାତିରେ ଅନ୍ଧାରର ସୁଯୋଗ ନେଇ ମନ୍ଦିରରେ କଳା କନା ବୁଲାଇ ଦେଉଛନ୍ତି। ଏପରି ଘଟଣା ଖୋର୍ଦ୍ଧାରେ ଘଟିଛି।
ଜଟଣୀ ଥାନା ପାତ୍ରପଡାରେ ରହିଛି ମଦନମୋହନ ମନ୍ଦିର। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଏହି ମନ୍ଦିରରୁ ଲୁଟ କରିଛନ୍ତି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡିଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଗାଁ ଲୋକଙ୍କଠାରୁ ଖବର ପାଇ ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି। ହେଲେ ଚୋରଙ୍କ ପତ୍ତା ପାଇନି।
ଗତ ୧୭ ତାରିଖ ରାତିରେ ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିଲା। ଦୁର୍ବୃତ୍ତ ମନ୍ଦିର ଭିତରେ ପଶି ମା’ଙ୍କ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି କରିଥିବା ଅଭିଯୋଗ ହୋଇଥିଲା। ମନ୍ଦିରର କବାଟ ଭାଙ୍ଗି ଏହି ଚୋରି କରାଯାଇଥିଲା।



from Odisha Reporter http://bit.ly/2AV0S2p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages