ଆଶାରାମଙ୍କ ଆଶ୍ରମକୁ ଚିଠି ଲେଖି ବିବାଦରେ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଆଶାରାମଙ୍କ ଆଶ୍ରମକୁ ଚିଠି ଲେଖି ବିବାଦରେ ମନ୍ତ୍ରୀ

ଅହମ୍ମାଦାବାଦ: ଗୁଜରାଟର ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ର ସିଂହ ଚୁଡାସ୍ମାଙ୍କ ଏକ ଚିଠି ଏବେ ବିବାଦର କାରଣ ପାଲଟିଛି। ଉକ୍ତ ଚିଠିଟି ସେ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କ ଆଶ୍ରମକୁ ଲେଖିଛନ୍ତି। ଏଥିରେ ସେ ଆଶ୍ରମର କାମକୁ ପ୍ରଶଂସା କରିବା ସହ ଏପରି କାମ ଜାରି ରଖିବାକୁ ଉଲ୍ଲେଖ କରି ବିବାଦୀୟ ହୋଇପଡ଼ିଛନ୍ତି।

ଆଶାରାମ ବାପୁଙ୍କ ଯୋଗ ବେଦାନ୍ତ ସେବା ସମିତି ଆଶ୍ରମକୁ ଭୁପେନ୍ଦ୍ର ଏହି ଚିଠି ଲେଖିଛନ୍ତି। ଫେବୃଆରୀ ୧୪ ଭାଲେନ୍‌ଟାଇନ୍‌ ଡେ’ରେ ଆଶ୍ରମ ତରଫରୁ ଆୟୋଜିତ ହେଉଥିବା ମାତୃପିତୃ ବନ୍ଦନା କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ ଏହି ଚିଠି ଲେଖିଛନ୍ତି।

ଏଥିରେ ସେ ଉଲ୍ଲେଖ କରିଛନ୍ତି, “ଆପଣଙ୍କ ଏହି କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗ ସେମାନଙ୍କ ମାତାପିତାଙ୍କ ପ୍ରତି ଦାୟିତ୍ୱବାନ ହେବେ ଓ ଭଲ ନାଗରିକ ହୋଇପାରିବେ। ଆପଣ ଏମିତି କାର୍ଯ୍ୟକ୍ରମ ଜାରି ରଖନ୍ତୁ, ଏତିକି ଶୁଭେଚ୍ଛା ଜଣାଉଛି।”

ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଶାରାମ ଜେଲ୍‌ରେ ଥିବା ବେଳେ ମନ୍ତ୍ରୀ ତାଙ୍କ ଆଶ୍ରମକୁ ଏପରି ଚିଠି ଲେଖିବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାକୁ ନେଇ ପ୍ରଶ୍ନ କରାଯିବାରେ ଭୁପେନ୍ଦ୍ର କହିଛନ୍ତି, “ଶୁଭେଚ୍ଛା ଦେଇ, ମୁଁ କିଛି ଭୁଲ କରିନାହିଁ।”

ସେ ଆହୁରି କହିଛନ୍ତି, “ଏ ଚିଠି ମୁଁ ଲେଖିଛି। ଯେଉଁ ଭଲ କାମ କରାଯାଉଛି, କେବଳ ତାକୁ ହିଁ ପ୍ରଶଂସା କରିଛି।”



from Odisha Reporter http://bit.ly/2MEmOTW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages