ସଂଶୋଧିତ ଏସ୍‌ସି/ଏସ୍‌ଟି ଆଇନ୍‌ରେ ପ୍ରତିବନ୍ଧକ ଲଗାଇବାକୁ ମନା କଲେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ସଂଶୋଧିତ ଏସ୍‌ସି/ଏସ୍‌ଟି ଆଇନ୍‌ରେ ପ୍ରତିବନ୍ଧକ ଲଗାଇବାକୁ ମନା କଲେ ସୁପ୍ରିମ୍‌କୋର୍ଟ

supremecourt

ନୂଆଦିଲ୍ଲୀ: ସଂଶୋଧିତ ଏସ୍‌ସି/ଏସ୍‌ଟି ଆକ୍ଟରେ ପ୍ରତିବନ୍ଧକ ଲଗାଇବାକୁ ସବୋର୍ଚ୍ଚ ଅଦାଲତ ମନା କରିଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୯ ତାରିଖରେ କରାଯିବ।

କୋର୍ଟ କହିଛନ୍ତି, “୨୦୧୮ ମାର୍ଚ୍ଚରେ ନିଷ୍ପତ୍ତି ପରେ ଆଇନ୍‌ରେ ପରିବର୍ତ୍ତନ କରାଯାଇଛି। ଏହାକୁ ନେଇ କେନ୍ଦ୍ର ପୁନର୍ବିଚାର ଯାଚିକା ଦାଖଲ କରିଛି। ଏହାସହ ନୂଆ ଆଇନ୍‌କୁ ନେଇ ଜନହିତ ଯାଚିକା ମଧ୍ୟ ଦାଖଲ ହୋଇଛି। ଏହାର ବିସ୍ତୃତ ଶୁଣାଣି ହେବାର ଆବଶ୍ୟକତା ଅଛି। ତେଣୁ ସମସ୍ତ ମାମଲାର ଶୁଣାଣି ଏକାଠି ହେବ।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏସ୍‌ସି/ଏସ୍‌ଟି ଅତ୍ୟାଚାର ନିବାରଣ (ସଂଶୋଧନ) ଆଇନ୍‌ ୨୦୧୮ ଉପରେ ବର୍ତ୍ତମାନ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ। ଅର୍ଥାତ ମାମଲାରେ ଅଗ୍ରୀମ ଜାମିନ ନଦିଆଯିବା ପ୍ରାବଧାନ ଯେମିତି ଥିଲା ବର୍ତ୍ତମାନ ସେମିତି ରହିବ ଓ ଗିରଫ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ନାହିଁ।

ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟ ଏସ୍‌ସି/ଏସ୍‌ଟି ଆକ୍ଟରେ ପରିବର୍ତ୍ତନ ସହ ଜଡ଼ିତ ସମସ୍ତ ମାମଲାର ଶୁଣାଣି ଏକା ସାଙ୍ଗରେ କରୁଛନ୍ତି। ୨୦୧୮ରେ କୋର୍ଟ ତୁରନ୍ତ ଗିରଫଦାରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ଆଇନ୍‌ରେ ସଂଶୋଧନ କରି ସରକାର ପୁଣି ଥରେ ଯୋଡ଼ିଥିଲେ। ଏବେ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସରକାରଙ୍କ ରିଭ୍ୟୁ ପିଟିସନ୍‌ ଓ ଆଇନ୍‌ରେ ଅଦଳବଦଳକୁ ନେଇ ଆସିଥିବା ଯାଚିକା ଉପରେ ଏକତ୍ର ଶୁଣାଣି ହେବ।



from Odisha Reporter http://bit.ly/2sVzKfa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages