
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜିକାଲି ଚୁଟି ଝଡ଼ିବା ଅନେକଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଗଲାଣି। ବୟସ ଥାଉ ଥାଉ କେତେକ ବ୍ୟକ୍ତି ଚନ୍ଦା ହୋଇ ଯାଉଛନ୍ତି। ଫଳରେ କମ୍ ବୟସରେ ବୃଦ୍ଧାବସ୍ଥାର ଭ୍ରମ ସୃଷ୍ଟି ହେଉଛି। ଅନେକ ଚନ୍ଦା ପଣରୁ ରକ୍ଷା ପାଇବା ଲାଗି ନାନା ପ୍ରକାରର କସ୍ମେଟିକ୍ସ୍ ଓ ଔଷଧ ବ୍ୟବହାର କରିଥା’ନ୍ତି। କିନ୍ତୁ କିଛି ଲାଭ ହୋଇ ନ ଥାଏ ଏଥିପାଇଁ ଯେ ଆପଣ ଚୁଟି ଝଡ଼ିବାର କାରଣ ନ ଜାଣି ତାର ଚିକିତ୍ସା କରିବା ଆରମ୍ଭ କରିଦିଅନ୍ତି। ଏଣୁ ଆଜି ଆମେ ଆପଣଙ୍କୁ ଟୁଟି ଝଡ଼ିବାର କିଛି କାରଣ ବିଷୟରେ କହିବୁ।
୧.ହେୟାର୍ ଷ୍ଟାଇଲ୍: ଅନେକ କ୍ଷେତ୍ରରେ ଅଧିକାଂଶ ନିଜର ଭୁଲ୍ ହେୟାର୍ ଷ୍ଟାଇଲ୍ ଯୋଗୁ ଚୁଟି ହରାଇବାକୁ ଲାଗନ୍ତି। କିଛି ଲୋକ ନିଜ ଚୁଟିକୁ ରବର୍ ବ୍ୟାଣ୍ଡ୍ରେ ଟାଇଟ୍ କରି ପିନ୍ଧନ୍ତି। ଅନେକ ଉପରକୁ ଚୁଟିକୁ ଟାଣି ବାନ୍ଧିବା କିମ୍ବା ପୋନିଟେଲ୍ କରିବା ଦ୍ୱାରା ଚୁଟି ଝଡ଼ିବା ଆରମ୍ଭ ହୋଇଯାଏ। ଏହା ବ୍ୟତୀତ ଚୁଟିରେ ରଙ୍ଗ, ବ୍ଲିଚ୍, ଷ୍ଟ୍ରେଟ୍ନିଂ କିମ୍ବା ପରମାନେଣ୍ଟ ୱେବ୍ ସଲ୍ୟୁସନ୍ର ବ୍ୟବହାର ଦ୍ୱାରା ମଧ୍ୟ ଏହା ଝଡ଼ିଥାଏ।
୨.ଅସନ୍ତୁଳିତ ହରମୋନ୍: ମହିଳାମାନଙ୍କ କ୍ଷେତ୍ରରେ ବର୍ଥ କଣ୍ଟ୍ରୋଲ୍ ପିଲ୍, ପ୍ରେଗ୍ନାନ୍ସି କିମ୍ବା ପିଲା ଜନ୍ମ ହେବା ପରେ ହରମୋନ୍ରେ ଟିକେ ପରିବର୍ତ୍ତନ ଆସେ। ଏହା ମଧ୍ୟ ଚୁଟି ଝଡ଼ିବାର କାରଣ ହୋଇପାରେ।
୩.ରୋଗ କିମ୍ବା ସର୍ଜରୀ: କୌଣସି ରୋଗ କିମ୍ବା ଶରୀରରେ ସର୍ଜରୀ ହୋଇଥିଲେ ଚୁଟି ଝଡ଼ିଥାଏ। ଏପରି ସ୍ଥିତିରେ ଚୁଟି ଉଠିବାକୁ ମଧ୍ୟ ଟିକେ ସମୟ ଲାଗେ। ଏହା ବ୍ୟତୀତ ଟାଇଫଏଡ୍, ଥାଇରଏଡ୍, ସିଫ୍ଫଲିସ୍, ଆଇରନ୍ର ଅଭାବ ଓ ଇନ୍ଫେକ୍ସନ୍ କାରଣରୁ ମଧ୍ୟ ଚୁଟି ଝଡ଼ିଥାଏ।
୪.କେମୋ ଥେରାପି: କ୍ୟାନ୍ସର୍ରୁ ସୁରକ୍ଷା ପାଇଁ କେମୋ ଥେରାପି ଦ୍ୱାରା ଶରୀରରେ ତୀବ୍ର ଗତିରେ ବଢ଼ୁଥିବା ସମସ୍ତ କୋଷିକାଗୁଡ଼ିକୁ ମାରିବାକୁ ପ୍ରୟାସ କରାଯାଏ। ଏହାର ପ୍ରଭାବ ମଧ୍ୟ ଚୁଟିର ମୂଳ ଉପରେ ପଡ଼େ। ତେଣୁ ଏହା ଚୁଟି ଝଡ଼ିବାର ସବୁଠୁ ବଡ଼ କାରଣ ସାଜିଥାଏ।
୫. ପୋଷକ ତତ୍ତ୍ୱର ଅଭାବ: ଡାଏଟିଂ କିମ୍ବା ଖାଇବା ପିଇବାରେ ଅବହେଳା ଯୋଗୁ ଆମ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଦେଖାଦିଏ। ପ୍ରୋଟିନ୍, ଭିଟାମିନ୍ ଓ ମିନେରାସ୍ର ଅଭାବ ହେଲେ ଚୁଟି ଅନେକ ଝଡ଼ିଥାଏ।
୬. ବୟସ ବଢ଼ିବା: ମହିଳା ହୁଅନ୍ତୁ କି ପୁରୁଷ, ବୟସ ବଢ଼ିବା ସହ ସମସ୍ତଙ୍କ ଚୁଟି ଝଡ଼ିବା ଆରମ୍ଭ ହୋଇଯାଏ। ହେଲେ ମହିଳାମାନେ କେବେ ସମ୍ପୁର୍ଣ୍ଣ ଚନ୍ଦା ହୁଅନ୍ତି ନାହିଁ। ଏମାନଙ୍କ ଆଗପଟେ ଓ କାନ ପାଖରେ ଥିବା ଚୁଟି ଅଧିକ ଝଡ଼ିଥାଏ। ସେହିଭଳି ପୁରୁଷଙ୍କର ଆଗପଟ ବା ମୁଣ୍ଡର ଉପର ଭାଗର ଚୁଟି ଅଧିକ ଝଡ଼ିଥାଏ।
from Odisha Reporter http://bit.ly/2sEdkz0
No comments:
Post a Comment