
ଝାରସୁଗୁଡ଼ା (ଭାଗିରଥି ସାହୁ): ବିଚ୍ ରାସ୍ତା ଉପରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ। ଏମିତି ଏକ ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା କୁମ୍ଭାରବନ୍ଧ ଫାଣ୍ଡି ଅନ୍ତର୍ଗତ ଭତଲଗାରୁ। ମୃତ ମହିଳାଙ୍କ ନାଁ ସୁନୀତା ତୁରିଆ। ତାଙ୍କ ସ୍ୱାମୀ ଅଶୋକ ଦଣ୍ଡସେନାଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।
ଭତଲଗା ଗାଁ ନିକଟରୁ ରାସ୍ତାକଡ଼ରୁ ମୃତକ ସୁନୀତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଅଶୋକ ଦଣ୍ଡସେନାଙ୍କ ଘର ବ୍ରଜରାଜନଗରର କୁଲତାପଡ଼ା ଅଞ୍ଚଳରେ। ଭତଲଗା ହେଉଛି ତାଙ୍କ ଶ୍ୱଶୁର ଘର ଗାଁ। ତେବେ ସେ ମଧ୍ୟ ତାଙ୍କ ପରିବାର ସହିତ ଭତଲଗାରେ ରହୁଥିଲେ। ସେ ଦିନମଜୁରିଆ ଭାବେ କାମ କରୁଥିଲେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା।
ଗତକାଲି ଅଶୋକ ଓ ସୁନୀତା କୌଣସି କାମରେ ଝାରସୁଗୁଡ଼ା ଯାଇଥିଲେ। ରାତିରେ ସେଠାରୁ ଫେରିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ଉତକ୍ଷିପ୍ତ ଅଶୋକ ରାସ୍ତା ଉପରେ ପଥରରେ ଛେଚି ସୁନୀତାଙ୍କୁ ହତ୍ୟା କରି ଦେଇଥିବା ଅଭିଯୋଗ ହୋଇଛି।
ସେମାନେ ୬-୭ ବର୍ଷ ହେବ ବାହା ହୋଇଥିଲେ। ସେମାନଙ୍କର ପୁଅ,ଝିଅ ଦୁଇ ଜଣ ଅଛନ୍ତି।
କୁମ୍ଭାରବନ୍ଧ ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2VxzL68
No comments:
Post a Comment