
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ପନିର୍ ପଲାଉ’ ପ୍ରସ୍ତୁତି ସମ୍ପର୍କରେ ଟିପ୍ସ୍ ଦେବୁ।
ଆବଶ୍ୟକ ସାମଗ୍ରୀ: ପନିର୍, ବାସୁମତୀ ଚାଉଳ, ପିଆଜ ଓ ରସୁଣ ପେଷ୍ଟ, କଟା ପିଆଜ, ଅଳେଇଚ, ଗୋଲମରିଚ, ତେଜ ପତ୍ର, ଲଙ୍କା ଗୁଣ୍ଡ, କଟା ଟମାଟୋ, ଡାଲଚିନି, ଜିରା, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତୀ ଚାଉଳକୁ ଭଲଭାବେ ଧୋଇ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ଦିଅନ୍ତୁ। ପରେ ପନିର୍କୁ ସମାନ ଆକାରରେ କାଟି ଦିଅନ୍ତୁ।
ଏବେ କଡ଼େଇଇରେ ତେଲ ଗରମ କରି ପିଆଜ ଓ ରସୁଣ ପେଷ୍ଟକୁ ପକାଇ ଭଲ ଭାବରେ କଷନ୍ତୁ। ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ପନିର୍ ଏବଂ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ।
ପନିର୍ ଭାଜି ଗଲାପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପୁଣିଥରେ କରେଇରେ ଅଳ୍ପ ତେଲ ଗରମ କରି ସେଥିରେ କଟା ପିଆଜ ଓ ମସଲା ପେଷ୍ଟ ଦେଇ ଆହୁରି କଷନ୍ତୁ। ଏବେ ସେଥିରେ ଚାଉଳ ପକାଇ ଦିଅନ୍ତୁ। ଏହାକୁ ଅଳ୍ପ ଭାଜି ସେଥିରେ ୩କପ୍ ପାଣି ଦିଅନ୍ତୁ।
ଚାଉଳ ସିଝି ଆସିଲେ ସେଥିରେ ମସଲାଦିଆ ପନିର୍ ଭଜାକୁ ଭଲ ଭାବରେ ଗୋଲାଇ ପାଖାପାଖି ୨ ମିନିଟ୍ ଯାଏ କମ୍ ଆଞ୍ଚରେ ଛାଡ଼ି ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଉପରେ ପିଆଜ ଭଜାକୁ ପକାଇ ଗରମାଗରମ ଖାଇବାକୁ ଦିଅନ୍ତୁ ‘ପନିର୍ ପଲାଉ’।
from Odisha Reporter http://bit.ly/2C3zxuq
No comments:
Post a Comment