ଅଯୋଧ୍ୟା ବାବଦରେ ମୋଦିଙ୍କ ମନ୍ତବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସକାରାତ୍ମକ: ଆର୍‌ଏସ୍‌ଏସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ଅଯୋଧ୍ୟା ବାବଦରେ ମୋଦିଙ୍କ ମନ୍ତବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସକାରାତ୍ମକ: ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ: ରାମ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ସ୍ଥାପନା ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ସ୍ୱାଗତ କରିଛି ବିଜେପିର ମାତୃସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି, ବିଜେପି ୩ ଦଶନ୍ଧି ତଳେ ନେଇଥିବା ସଂକଳ୍ପକୁ ଏହା ସମର୍ଥନ ସଦୃଶ ହୋଇଛି।

ସଂଘ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଦେଶର ଜନସାଧାରଣ ଚାହୁଁଛନ୍ତି ଏହି ସରକାର ସମୟରେ ହିଁ ରାମ ମନ୍ଦିର ନିର୍ମାଣ ପ୍ରତିଶ୍ରୁତି ପୂରଣ ହେଉ।

ମୋଦି ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ରାମ ମନ୍ଦିର ପ୍ରସଙ୍ଗରେ କୌଣସି ପ୍ରଶାସନିକ ନିର୍ଦ୍ଦେଶ ସେପର୍ଯ୍ୟନ୍ତ ଦିଆଯାଇପାରିବନି ଯେ ପର୍ଯ୍ୟନ୍ତ ଏହାର ନ୍ୟାୟିକ ବିଚାର ସରିନାହିଁ।

ମୋଦି ଆହୁରି ମଧ୍ୟ କହିଥିଲେ ଯେ, ନ୍ୟାୟିକ ବିଚାର ପ୍ରକ୍ରିୟା ସରିବା ପରେ ସରକାର ହିସାବରେ ଯାହା ମଧ୍ୟ ଆମର ଦୟିତ୍ୱବୋଧ ରହିବ, ଆମେ ପାଳନ କରିବାକୁ ପ୍ରସ୍ତୁତ ଅଛୁ। ରାମଜନ୍ମଭୂମି ବିବାଦୀୟ ସ୍ଥଳର ମାଲିକାନାକୁ ନେଇ ଏକ ମାମଲା ବର୍ତ୍ତମାନ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଚଳିତ ସପ୍ତାହରେ ହିଁ ଏହାର ଶୁଣାଣି ଆରମ୍ଭ ହେବାର ଅଛି।

ଆରଏସ୍‌ଏସ୍‌ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ୨୦୧୦୪ ମସିହାରେ ବିଜେପି ପକ୍ଷରୁ ଜାରି କରାଯାଥିବା ନିର୍ବାଚନୀ ଇସ୍ତାହାରରେ କୁହାଯାଇଥିଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସମ୍ବିଧାନର ସମସ୍ତ ସାମ୍ଭାବ୍ୟ ବିଧି ବ୍ୟବସ୍ଥାର ସାହାଯ୍ୟ ନିଆଯିବ।



from Odisha Reporter http://bit.ly/2R308lU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages