
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି (ଗୁରୁବାର) ଠାରୁ ସିଡ୍ନୀରେ ହେବାକୁ ଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ପାଇଁ ଆଜି ୧୩ ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଏଥିରେ ସ୍ପିନ୍ ବୋଲର୍ ରବିଚନ୍ଦ୍ରନ ଅଶ୍ୱିନଙ୍କ ନାଁ ବି ସାମିଲ ଅଛି। ତେବେ ଚୂଡ଼ାନ୍ତ ଏକାଦଶରେ ସେ ଖେଳିବେ ନା ନାହିଁ, ସେନେଇ ଆସନ୍ତାକାଲି ସକାଳେ ହିଁ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।
ମେଲବର୍ଣ୍ଣରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଲୋକେଶ ରାହୁଲ ଓ ମୁରଲୀ ବିଜୟଙ୍କୁ ଖେଳା ଯାଇ ନଥିଲା। ତେବେ ଆଜି ଘୋଷଣା କରାଯାଇଥିବା ୧୩ ଜଣିଆ ଟିମ୍ରେ ଲୋକେଶ ରାହୁଲ ସ୍ଥାନ ପାଇଛନ୍ତି। ଦ୍ରୁତ ବୋଲର ଈଶାନ୍ତ ଶର୍ମାକୁ ଟିମ୍ରେ ନିଆଯାଇ ନାହିଁ। ଉମେଶ ଯାଦବ ଓ କୁଲଦୀପ ଯାଦବଙ୍କୁ ତାଲିକରେ ରଖାଯାଇଛି। ରୋହିତ ଶର୍ମା ଏହି ଟେଷ୍ଟ୍ ଖେଳିବେ ନାହିଁ। ଗତ ରବିବାର ତାଙ୍କର ଏକ ଝିଅ ହୋଇଛି। ତେଣୁ ସେ ଭାରତ ଫେରି ଆସିଛନ୍ତି। ମେଲବର୍ଣ୍ଣ ଟେଷ୍ଟର ଓପନିଂ ଯୋଡ଼ି ହନୁମା ବିହାରୀ ଓ ମୟଙ୍କ ଅଗ୍ରୱାଲ ମଧ୍ୟ ସ୍ଥାନ ପାଇଛନ୍ତି।
ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ଟିମ୍ରେ ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଅଶ୍ୱିନ୍, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ଉମେଶ ଯାଦବ।
ଆଡେଲେଡରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ ବେଳେ ଅଶ୍ୱିନ୍ଙ୍କ ପେଟର ବାମ ପାର୍ଶ୍ୱ ମାଂସପେଶୀରେ ଆଘାତ ଲାଗିଥିଲା। ତେଣୁ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ତାଙ୍କୁ ସାମିଲ କରାଯାଇ ନଥିଲା। ପ୍ରଥମ ଟେଷ୍ଟର ଉଭୟ ଇନିଂସ୍ରେ ସେ ୩ଟି ଲେଖାଏ ୱିକେଟ୍ ନେଇଥିଲେ।
ଭାରତ ଏହି ସିରିଜ୍ରେ ୨-୧ରେ ଆଗୁଆ ରହିଛି। ଚତୁର୍ଥ ଟେଷ୍ଟ୍ ଜିତିଲେ ଦଳ ଇତିହାସ ରଚିବ। କାରଣ ଦଳ କେବେ ବି ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତିନାହିଁ।
from Odisha Reporter http://bit.ly/2BYaBnZ
No comments:
Post a Comment