ଚତୁର୍ଥ ଭାରତୀୟ ଭାବରେ ଏହି ରେକର୍ଡ କଲେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ଚତୁର୍ଥ ଭାରତୀୟ ଭାବରେ ଏହି ରେକର୍ଡ କଲେ ଧୋନି

ମେଲବର୍ଣ୍ଣ: ଗତ କିଛି ଦିନ ତଳେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବା ନେଇ ସଙ୍କଟଜନକ ସ୍ଥିତିରେ ଥିବା ଭେଟେରାନ୍‌ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଜୋରଦାର କମ୍‌ବ୍ୟାକ୍‌ କରିଛନ୍ତି। ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ଦିନିକଆ ସିରିଜ୍‌ ହରାଇବାରେ ଭାରତୀୟ ଦଳ ଇତିହାସ ରଚିବା ସହିତ ଧୋନି ମଧ୍ୟ ବ୍ୟକ୍ତିଗତ ସ୍ତରରେ ଏକ ରେକର୍ଡ କରିଛନ୍ତି।

ଭାରତୀୟ କ୍ରିକେଟ୍‌ ଦଳର ଏହି ପୂର୍ବତନ ଅଧିନାୟକ ଚତୁର୍ଥ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବରେ ଅଷ୍ଟ୍ରେଲିଆ ମାଟିରେ ୧୦୦୦ ରନ୍‌ କରିବାର କୃତିତ୍ୱ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭାରତୀୟ ଦଳର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ସଫଳତା ହାସଲ କରିସାରିଛନ୍ତି।

ଆଜିର ନିର୍ଣ୍ଣାୟକ ମ୍ୟାଚ୍‌ରେ ସେ ୩୬ ରନ୍‌ରେ ପହଞ୍ଚିବା ପରେ ଏହି ରେକର୍ଡ କରିପାରିଥିଲେ। ତାଙ୍କର ଏହି ସ୍କୋର କେବଳ ତାଙ୍କ ପାଇଁ ବ୍ୟକ୍ତିଗତ ଭାବରେ ମାଇଲଖୁଣ୍ଟ ସୃଷ୍ଟି କରିନଥିଲା, ବରଂ ୨୩୧ ରନ୍‌ର ବୃହତ୍‌ ଲକ୍ଷ୍ୟ ହାସଲ ସହିତ ୩ ଟିକିଆ ସିରିଜ୍‌କୁ ୨-୧ରେ ଜିତିବା ପାଇଁ ମଧ୍ୟ ସହାୟକ ହୋଇଥିଲା।

ଧୋନି ବ୍ୟାଟିଂରେ ଓହ୍ଲାଇଥିବା ସମୟରେ ଦଳର ସ୍ଥିତି ଖରାପ ହୋଇସାରିଥିଲା। ୧୬.୨ ଓଭର ବେଳକୁ ଶିଖର ଧୱନ୍‌ଙ୍କ ବିଦାୟ ବେଳକୁ ଦଳ ୨ ୱିକେଟ୍‌ ହରାଇ ୫୯ ରନ୍‌ କରିଥିଲା। ଏହାପରେ ଅଧିନାୟକ କୋହଲିଙ୍କ ସହିତ ୫୪ ରନ୍‌ର ଭାଗିଦାରୀ ପରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବଙ୍କ ସହିତ ଅପରାଜିତ ୧୨୧ ରନ୍‌ର ଭାଗିଦାରୀ ଦଳକୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଜିତାଇ ପାରିଥିଲା।



from Odisha Reporter http://bit.ly/2CwROR2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages